Onn 3

ସରକାର ଆଣିବେ ଜନବିଶ୍ବାସ ବିଲ୍, ଅପରାଧ ତାଲିକାରୁ ହଟିବ ୩୪୦୦ଟି ଅପରାଧ

National & International

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ୨୦ ତାରିଖରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତ ଚଳାଇଛନ୍ତି । ଏହି ଅଧିବେଶନରେ କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ସର୍ଭିସ, ଡାଟା ପ୍ରୋଟେକ୍ସନ, ଜନ ବିଶ୍ବାସ, ଫରେଷ୍ଟ କଞ୍ଜରଭେସନ ଏବଂ ଅନ୍ୟାନ୍ୟ ଅନେକ ବିଲ୍ ଏହି ଅଧିବେଶନରେ ଆଗତ ହେବାର ସମ୍ଭାବନା ରହିଛି, ଯାହାକୁ ବିରୋଧୀ ମାନେ ଦୀର୍ଘ ଦିନ ଧରି ବିରୋଧ କରି ଆସୁଛନ୍ତି ।
ଜନ ବିଶ୍ୱାସ ବିଲ୍ ୨୦୨୨ରେ ୪୨ଟି ଆଇନର ୧୮୧ଟି ବ୍ୟବସ୍ଥାରେ ସଂଶୋଧନ କରିବା ସହ ଅପରାଧିକ ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯୁଗ୍ମ କମିଟିକୁ ପଠାଯିବା ପୂର୍ବରୁ ସଂସଦର ଗତ ଅଧିବେଶନରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ ଦେଶରେ ଏପରି ଅନେକ ଆଇନ ଅଛି ଯେଉଁଥିରେ ସାମାନ୍ୟ ଅପରାଧ ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି, ଯେଉଁଥିପାଇଁ ଅନେକ ସମୟରେ ବ୍ୟକ୍ତିବିଶେଷଙ୍କୁ ନ୍ୟାୟପାଳିକାର ଦ୍ୱାରସ୍ଥ ହେବାକୁ ପଡ଼ିଥାଏ। ସେ ମନ୍ତବ୍ୟ ଦେଇଥିଲେ ଯେ ଏହି ପ୍ରସ୍ତାବିତ ଆଇନରେ ଥିବା ପୁରୁଣା ବ୍ୟବସ୍ଥାଗୁଡ଼ିକୁ ଉଚ୍ଛେଦ କରିବା ଅଦାଲତ ଉପରେ ବୋଝ ହ୍ରାସ କରିବାରେ ସହାୟକ ହେବ।
ଜନବିଶ୍ବାସ ବିଲର ପ୍ରସ୍ତାବ ଅନୁସାରେ ପ୍ରାୟ ୩୪୦୦ଟି ସାମାନ୍ୟ ଧରଣର ବେଆଇନ କାର୍ଯ୍ୟକୁ ଅପରାଧ ଶ୍ରେଣୀରୁ ବାଦ ଦିଆଯିବ ଓ କେବଳ ଜୋରିମନା ବ୍ୟବସ୍ଥା କରାଯିବ । ଏସବୁ ଅପରାଧର ଏକ ବଡ଼ ଭାଗ ମୁଖ୍ୟତଃ ଶିଳ୍ପ, ବ୍ୟବସାୟ, ସହ ସଂପର୍କିତ ।