Onn 3

ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Crime State

ଭୁବନେଶ୍ୱର: ଭୁବନେଶ୍ୱରର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବନିତା କୁମାରୀ ସାହୁ । ଯୁବତୀ ଜଣଙ୍କ ଘର ପୁରୀ ଜିଲ୍ଲାର କୁଆଁପଡ଼ା ଅଞ୍ଚଳର ଜଣାପଡିଛି। ସେ ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ ।

ସୂଚନାଅନୁସାରେ ଗତକାଲି ସଂଧ୍ୟାରେ ସେ ହୋଟେଲରେ ରହିଥିଲେ । ହୋଟେଲ କର୍ମଚାରୀ ଚେକ୍‌ ଅପ୍‌ ପାଇଁ ଯାଇଥିଲେ ବେଳେ ଯୁବତୀ ଜଣଙ୍କ କବାଟ ଖୋଲିନଥିଲେ । ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା । ହେଲେ ଆଜି ସକାଳେ ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

ଅନ୍ୟପକ୍ଷରେ ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୋଲିସ ହୋଟେଲରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଯୁବତୀଙ୍କୁ କିଏ ହତ୍ୟା କରିଛି ନା ଆଉ କିଛି କାରଣ ଅଛି ତାର କାରଣ ଜଣାପଡ଼ିନାହିଁ।