Onn 3

ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

Crime State

ରାଉଲକେଲା: ଘର ଉପରକୁ ଗୁଳିମାଡ଼ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳର ଭିକି ସିଂଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଭିକି ସିଂଙ୍କ ଉପରକୁ ଦୁଇରୁ ତିନି ରାଉଣ୍ଡ ଗୁଳିମାଡ ହୋଇଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ ।

ମିଳିଥିବା ସୂଚନା ମୁତାବକ,କାମ ନକଲେ ପୁଣି ଯୁବକଙ୍କ ଉପରକୁ ଗୁଳିମାଡ କରିବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ଏନେଇ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି ଭିକିର ପରିବାର । ଜମିଜମା ବିବାଦରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି।