Onn 3

ଦ୍ରୁତଗାମୀ ଟ୍ରକ୍‌ ଚାପାରେ ୫୦ ମେଣ୍ଢା ମୃତ; ମେଣ୍ଢା ଜଗୁଆଳର ୫ ଲକ୍ଷ ଟଙ୍କା କ୍ଷତି

National & International

ନାଗପୁର: ମଙ୍ଗଳବାର ରାତିରେ ମହାରାଷ୍ଟ୍ରର ନାଗପୁର ନିକଟ ଭଣ୍ଡାରା-ନାଗପୁର ରାଜପଥରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍‌ ଚଢ଼ି ଯିବାରୁ ପ୍ରାୟ ୫୦ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ନାଗପୁର ଜିଲ୍ଲା ଅନ୍ତର୍ଗତ ମ‌ୌଦା ଥାନା ଅଞ୍ଚଳରେ ଘଟିଛି। ରାତି ପ୍ରାୟ ୩.୧୫ରେ ଜଣେ ମେଣ୍ଢା ଜଗୁଆଳ ଚାପେଗାଡ଼ି କୁହି ଅଞ୍ଚଳକୁ ମେଣ୍ଢାପଲ ନେଇ ଯାଉଥିବା ବେଳେ ଏଭଳି ଭୟାବହ ଦୁର୍ଘଟଣା ଘଟିଛି। ମେଣ୍ଢା ହରାଇ ଥିବା ଜଗୁଆଳ ହେଉଛନ୍ତି ଗୁଜରାଟ ରାଜ୍ୟର କଚ୍‌ ନିବାସୀ ଗୋୱା ରବ୍‌ବାନି।
ପୁଲିସ କହିଛି, ଘଟଣାସ୍ଥଳରେ ୫୦ଟି ମେଣ୍ଢା ମରିଥିବା ବ‌େଳେ ଆଉ ୧୫ଟି ମେଣ୍ଢା ସାଙ୍ଘାତିକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର୍‌ ଟ୍ରକ୍‌ ନେଇ ତୁରନ୍ତ ଘଟଣାସ୍ଥଳରୁ ଖସି ଯାଇଛି। ଏହି ଦୁର୍ଘଟଣା ଯୋଗୁଁ ମେଣ୍ଢା ଜଗୁଆରଳ ରବ୍‌ବାନିଙ୍କର ୫ ଲକ୍ଷ ଟଙ୍କା କ୍ଷତି ହୋଇଛି।
‘ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ଏବଂ ‘ମୋଟୋର୍‌‌ ଭେଇକ୍ଲିସ୍‌ ଆକ୍ଟ୍‌’ ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।