Onn 3

ବାହାନଗା ଟ୍ରେନ ଦୁର୍ଘଟଣା: ପୁଣି ୪ ଦିନିଆ ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ

Crime State

ବାଲେଶ୍ୱର:ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ତିନି  ଅଭିଯୁକ୍ତ  ପୁଣି ୪ ଦିନିଆ ରିମାଣ୍ଡରେ ଗଲେ । ପ୍ରଥମ ରିମାଣ୍ଡ ସରିବା ପରେ ସେମାଙ୍କୁ କୋର୍ଟରେ  କୋର୍ଟରେ ହାଜର କରାଯାଇଥିଲା । ହେଲେ ଅଧିକ ଜେରା ପାଇଁ ପୁଣି ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।

ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରି ସିବିଆଇ ତିନି ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସିଗନାଲ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ ମହନ୍ତ, ସେକ୍ସନ୍ ଇଂଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକନିସିଆନ୍ ପପୁ କୁମାର । ସେମାନଙ୍କୁ ଆହୁରି ୫ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ସିବିଆଇ ।

ପୂର୍ବରୁ ମଧ୍ୟ ତିନି ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲା ସିବିଆଇ । ହେଲେ କୋର୍ଟ ୫ ଦିନିଆ ରିମାଣ୍ଡ ଦେଇଥିଲେ । ଏଥର ମଧ୍ୟ ୫ ଦିନିଆ ରିମାଣ୍ଡ ମାଗିଥିଲେ ହେଁ ୪ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

ଅନ୍ୟପକ୍ଷେ ସିଗନାଲ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ ମହନ୍ତ, ସେକ୍ସନ୍ ଇଂଜିନିୟର ମହମ୍ମଦ ଅମିର ଖାନଙ୍କ ବେଲ ପାଇଁ ଆବେଦନ କରିବେ ପରିବାର ଲୋକ । ଅରୁଣ ମହନ୍ତଙ୍କ ପାଇଁ  ଆଇନଜୀବୀ ପ୍ରଭାତ ସାମନ୍ତରାୟ ଓ ଅମିର ଖାନଙ୍କ  ପାଇଁ ଆଇନଜୀବୀ ଲଲାଟେନ୍ଦୁ ପ୍ରଧାନ ଆବେଦନ କରିବେ ।

ଅରୁଣ ମହନ୍ତଙ୍କ ଆଇନଜୀବୀ  କହିଛନ୍ତି,  ଏହା ଏକ ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହି ଗିରଫଦାରି କରାଯାଇଛି । ଘଟଣା ଦିନ ଅରୁଣ ମହନ୍ତ ଉପସ୍ଥିତ ନଥିଲେ । ତାଙ୍କୁ ତରବରିଆ ଭାବେ ଗିରଫ କରିଛି ସିବିଆଇ ।