Onn 3

ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରୁ ବାହାରିଲା ଧୂଆଁ : ଭୟରେ ଟ୍ରେନରୁ ଓହ୍ଲାଇ ପଡିଲେ ଯାତ୍ରୀ

State

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଛାନିଆ । ଭୟରେ ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇ ପଡିଛନ୍ତି ।

ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କର୍ମଚାରୀଙ୍କ କହିବାନୁସାରେ, ଟ୍ରେନରେ ନିଆଁ ଲାଗିନି । ଚକାରେ ଅଖା ଲାଗିଯିବାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।