Onn 3

ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜକୁ ନେଇ ଗର୍ଜିଲା ଓଡିଶା କଂଗ୍ରେସ

Politics State

ଭୁବନେଶ୍ୱର:ଗୁଜରାଟ ହାଇକୋର୍ଟଙ୍କ ରାୟ ପରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ଭୁବନେଶ୍ୱର କଂଗ୍ରେସ ଭବନରେ ନେତାଙ୍କ ଆନ୍ଦୋଳନ । ସେହିପରି ଅହମଦାବାଦରେ କଂଗ୍ରେସ କର୍ମୀ ଏକାଠି ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା । ପୁନଃବିଚାର ଆବେଦନ ଖାରଜ କଲେ କୋର୍ଟ । ସୁରଟ କୋର୍ଟଙ୍କ ୨ ବର୍ଷ ଦଣ୍ଡାଦେଶକୁ ରଖିଲେ କାଏମ୍ । ହାଇକୋର୍ଟଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟ ଯିବ କଂଗ୍ରେସ ।

ସଂସଦର ସଦସ୍ୟତା ମଧ୍ୟ ଫେରିପାଇବେନି ରାହୁଲ । ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରିଭ୍ୟୁ ପିଟିସନ ଉପରେ ରାୟ କାଏମ ରଖିଛନ୍ତି ଗୁଜରାଟ ହାଇକୋର୍ଟ । ଏହା ପୂର୍ବରୁ ରାହୁଲଙ୍କୁ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ଦେବା ପାଇଁ କୋର୍ଟ ମନା କରିଦେଇଥିଲେ । ମାର୍ଚ୍ଚ ୨୩ ତାରିଖରେ ସୁରତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ନେତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।