Onn 3

ହରିଆଣାରେ ଅବିବାହିତ ଓ ବିଧବାଙ୍କୁ ମିଳିବ ସରକାରୀ ପେନ୍‌ସନ୍‌

National & International

ଚଣ୍ଡିଗଡ: ଅବିବାହିତ ଏବଂ ବିଧବାଙ୍କୁ ସରକାରୀ ପେନ୍‌ସନ୍ ପ୍ରଦାନ କରିବାରେ ହରିଆଣା ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର୍ ଏହି ବିରଳ ପେନ୍‌ସନ୍ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ ହିତାଧିକାରୀଙ୍କୁ ମାସିକ ୨୭୫୦ ଟଙ୍କା ଦିଆଯିବ । ଏହି ପେନ୍‌ସନ୍ ଯୋଜପାରେ ପ୍ରାୟ ୭୧ ହଜାର ଲୋକଙ୍କୁ ଲାଭ ମିଳିବ ଏବଂ ଏଥିପାଇଁ ସରକାରଙ୍କ ଉପରେ ବାର୍ଷିକ ୨୪୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଅବିବାହିତ ପେନ୍‌ସନ୍ ଯୋଜନା ଅଧୀନରେ ୪୫ରୁ ୬୦ ବର୍ଷ ବୟସର ପୁରୁଷଙ୍କ ଲାଭ ମିଳିବ । ଯାହାର ବାର୍ଷିକ ଆୟ ୧.୮୦ ଲକ୍ଷ ଟଙ୍କାରୁ କମ୍ ଥିବ ସେମାନେ ହିଁ ଏହି ଯୋଜନା ପାଇଁ ଯୋଗ୍ୟ ହେବେ । ସେହିପରି ଅନ୍ୟ ଶ୍ରେଣୀରେ ୪୦ରୁ ୬୦ ବର୍ଷ ବୟସର ବିଧବାଙ୍କୁ ସାମିଲ କରାଯାଇଛି । ଯାହାର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ଥିବ ସେମାନଙ୍କୁ ମାସିକ ୨୭୫୦ ଟଙ୍କା ପେନ୍‌ସନ୍ ମିଳିବ ।