Onn 3

ଆଜିଠୁ+୨ ନାମଲେଖା, ପ୍ରଥମ ଦିନରେ ନାମ ପଞ୍ଜୀକରଣ କଲେ ୪ ଲକ୍ଷ ୧୨ ହଜାର ୩୬୮ଜଣ ଛାତ୍ରଛାତ୍ରୀ

State

ଭୁବନେଶ୍ୱର: ଆଜିଠାରୁ +୨ ନାମଲେଖା। ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୪ ତାରିଖ ଯାଏ ପିଲାଙ୍କ ସ୍ଲାଇଡ୍‌ଅପ୍‌ ପ୍ରକ୍ରିୟା ଚାଲିବ। ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।

ସେହିପରି ୧୯ ତାରିଖ ପୂର୍ବାହ୍ନ ସାଢେ ୧୧ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ଗତକାଲି ପ୍ରଥମ ପର୍ଯ୍ୟାୟ କଟ୍‌ଅଫ ମାର୍କ ପ୍ରକାଶ ପାଇଥିବାବେଳେ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା କଲେଜର କଟ୍‌ଅଫ ସର୍ବାଧିକ ରହିଥିଲା। ଭୁବନେଶ୍ୱରେ ସର୍ବାଧିକ କଟଅଫ୍‌ ନମ୍ବକ ବିଜେବି କଲେଜର ରହିଛି।