Onn 3

ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା

Crime State

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା । ଘରକୁ ଫେରୁଥିବା ବେଳେ କିଛି ମହିଳା ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତକ ହେଲେ ଝାରସୁଗୁଡ଼ା ଥାନା ଲେକଚର କଲୋନୀର କୈଳାସ ଚନ୍ଦ୍ର ମେହେର । ଝାରସୁଗୁଡ଼ା ଏସ୍‌ପି ଅଫିସ ନିକଟରେ କଳାସଙ୍କ ଏକ ମାଂସ ଦୋକାନ ରହିଛି । ଗତ ଶନିବାର ଜଣେ ବ୍ୟକ୍ତିଙ୍କ ସହ କୈଳାସଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା । ଗତକାଲି ସେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କିଛି ମହିଳା ତାଙ୍କୁ ଅଟକାଇ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା । ସ୍ଥାନାନ୍ତର ପୂର୍ବରୁ ସିଟି ସ୍କାନ ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଝାରସୁଗୁଡ଼ା ପୋଲିସ ହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ । ତେବେ ଏହି ଘଟଣାଟି ଏକ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଘଟିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ କୁହାଯାଇଛି ।