Onn 3

ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି?: ବିଜୟ ମହାପାତ୍ର

Politics State

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ରାଜନୀତି ଜୋର ଧରିଛି । ରତ୍ନଭଣ୍ଡାକ କାହିଁକି ଖୋଲାଯାଉନି ବୋଲି ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରେସମିଟ୍ କରି କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାରର ମାର୍ଫତଦାର, ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି ନୁହେଁ । ରତ୍ନଭଣ୍ଡାରରେ ଅଛି ମହାପ୍ରଭୁଙ୍କ ସମ୍ପତ୍ତି । ତେଣୁ ରତ୍ନଭଣ୍ଡାର ଖୋଲିବାରେ ଅସୁବିଧା କେଉଁଠି ରହୁଛି? ଏବେକାର ମୁଖ୍ୟ ଶାସନ ସଚିବ ସେତେବେଳେ ମନ୍ଦିର ପ୍ରଶାସକ ଥିଲେ ସେତେବେଳେ ସେ କହିଥିଲେ ଚାବି ମିଳିଲାନି, ପରେ କଲେକ୍ଟର କହିଲେ ନକଲି ଚାବି ମିଳିଲା ହେଲେ ଏବେ ମନ୍ତ୍ରୀଙ୍କ ବିବବୃତି ଆଶ୍ଚର୍ଯ୍ୟଜନକ କଥା । ରତ୍ନ ଭଣ୍ଡାର ଖୋଲିବାରେ ବାଧା କୋଉଠି ? ଚାବି ହଜିବା ଘଟଣା ଆଉ ଏଏସଆଇ ମରାମତି ଲାଗି ଲେଖିବା ପରେ ବି ସରକାର କାହିଁକି କିଛି ଶୁଣୁ ନାହାନ୍ତି ? ରାଜ୍ୟ ସରକାର ରତ୍ନଭଣ୍ଡାରର କେବଳ ମାରଫର୍ଦର… । ମାଲିକ ନୁହଁନ୍ତି ।

ଏବେ ଆସୁଥିବା ଦାନ ସୁନା ଅଳଙ୍କାର କୋଉଠି ଅଛି ? ଆଗରୁ ଆସିଥିବା ଅଳଙ୍କାର କେଉଁଠି ଅଛି ? ଏହାର ଗଣନା ଶୀଘ୍ର ହେବା ଦରକାର । କାଳ ବିଳମ୍ବ ନକରି ଶୀଘ୍ର କରନ୍ତୁ । କମିଟି ଗଠନ କରନ୍ତୁ ଏବଂ ଗଣନା କରନ୍ତୁ । ଆହୁରି ଅଧିକ ସନ୍ଦେହ ସୃଷ୍ଟି ନକରନ୍ତୁ । ଯେତିକି ବିଳମ୍ବ ହେବ ପରିସ୍ଥିତି ସେତିକି ଜଟିଳ ହେବ । ସବୁ ଆଡୁ ଗୋଟିଏ ମତ ଆସୁଛି । ଶୀଘ୍ର ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର । ଲୋକଙ୍କ ସନ୍ଦେହ ଦୂର କରନ୍ତୁ ସରକାର |