Onn 3

ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ସେବା ଶିବିର

State

ଗଜପତି: ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ଼ସ, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ଼ସ, ପାରଳାଖେମୁଣ୍ଡି ତରଫରୁ ଜିଲ୍ଲା ଶିକ୍ଷା ଅଧିକରୀ ପ୍ରୋଦୋଷ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ମହାରାଜାଙ୍କ ବାଳକ ଉଚ୍ଚ ବିଧ୍ୟାଳୟ, ପାରଳାଖେମୁଣ୍ଡି ସମୁଖରେ ଏକ ସେବା ଶିବିର ଆୟୋଜନ କରାଯାଇଛି | ଏହି ସେବା ରେ ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟ ର ସ୍କାଉଟ ମାଷ୍ଟେର ଓ ଗାଇଡ଼ କ୍ୟାପଟେନ ମାନେ ଉପସ୍ଥିତ ରହି ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରାକୁ ଉପଭୋଗ କରିବା ପାଇଁ ଆସିଥିବା ଭକ୍ତ ମାନଂକୁ ମିଠା ଖେଚୁଡ଼ି, ସାଧା ବିରିୟାନୀ, ପଲିହାରମ,ଚଲା ପାଣି ଇତ୍ୟାଦି ବଣ୍ଟନ କରିଥିଲେ |

ଏହି ସେବା ଶିବିର ରେ ଭାରପ୍ରାପ୍ତ ଆ. ଇ. ପି ସୁରେନ୍ଦ୍ର ପାତ୍ର,ଜାଜପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ, ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଭାଗିରଥି ପାଢ଼ୀ,ଖେଳ ଶିକ୍ଷକ ଧୀରେନ୍ଦ୍ର କୁମାର ସାମଲ,ରେଖା ରାଣୀ ଦେଓ, ତପସ୍ୱିନୀ ପଣ୍ଡା, ସଞ୍ଜୟ କୁମାର ପାତ୍ର ଡ଼ିଓସି, ସୁଦୀପ୍ତ କୁମାର ବାରିକ ଏସ. ଲକ୍ସମନ ରାଓ ଓ ଅନ୍ୟାନ ସ୍କାଉଟ ମାଷ୍ଟ୍ରରସ ଓ ଗାଇଡ଼ସ ପ୍ରମୁଖ ଏହି ସେବା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପରିଚାଳନା କରିଥିଲେ |