Onn 3

‘ଦେଶ ବିରୋଧୀ କାମ କରିଥିବା ଲୋକଙ୍କୁ ଭେଟି ରାହୁଲ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି?’… ସ୍ମୃତି ଇରାନୀ

National & International

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ଇରାନୀ କହିଛନ୍ତି କି, ରାହୁଲ ଗାନ୍ଧି ଆମେରିକା ଗସ୍ତରେ ଯାଇ ସୁନୀତା ବିଶ୍ବନାଥଙ୍କୁ ଭେଟିଥିଲେ। ଏହି ମହିଳା ଜର୍ଜ ସୋରୋସଙ୍କ ସହିତ ଜଡ଼ିତ ଅଛନ୍ତି।
ମୋର ଏହାକୁ ନେଇ ପ୍ରଶ୍ନ ରହିଛି। ବିଜେପି ଏ ପ୍ରସଙ୍ଗରେ ପୂର୍ବରୁ ପ୍ରଶ୍ନ ଉଠାଇଥିଲା କି କିଭଳି ଭାବେ ଜର୍ଜ ସୋରୋସ ହିନ୍ଦୁସ୍ତାନରେ ଲୋକଙ୍କ ଦ୍ବାରା ଚୟନ ହୋଇଥିବା ସରକାରଙ୍କୁ ହଟାଇବ‌ାକୁ ଚାହୁଁଥିଲେ।
ଜର୍ଜଙ୍କ ସହିତ ରାହୁଲଙ୍କ ସମ୍ପର୍କ ନୂଆ ନୁହେଁ ପୁରୁଣା। ଆଉ ଏକ ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ହୋଇଛି କି ସଲିଲ ସେଠି ନାମକ ଆଉ ଜଣେ ବ୍ୟକ୍ତି ଯିଏକି ଓପନ ସୋସାଇଟି ଗ୍ଲୋବଲର ଅଧ୍ୟକ୍ଷ ରହିଛନ୍ତି, ସେ ବି ଜର୍ଜଙ୍କ ସହିତ ଜଡ଼ିତ ଅଛନ୍ତି। ଆଉ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିଲେ।
ସ୍ମୃତି ଇରାନୀ କହିଛନ୍ତି, ‘ରାଜନୈତିକ ଜୀବନରେ ମୁଁ ଏମିତି କୌଣସି ବ୍ୟକ୍ତିଙ୍କୁ ଦେଖିନାହିଁ। ଯିଏକି ଆସନ ପାଇଁ ଏମିତି ଲୋକଙ୍କୁ ଭେଟୁଛନ୍ତି ଯେଉଁମାନେ ଆମ ଦେଶର ବ୍ୟବସ୍ଥାକୁ ଓପାଡ଼ି ଫିଙ୍ଗିବାକୁ ଚେଷ୍ଟା କରିଥିଲେ।
ଜର୍ଜ ସୋରୋସ ଓ ସୁନୀତା ବିଶ୍ବନାଥଙ୍କ ବିଷୟରେ ଦେଶର ପ୍ରତିଟି ଜନତା ଜାଣିଛନ୍ତି। ରାହୁଲ କ’ଣ ଏବିଷୟରେ ଜାଣି ନାହାନ୍ତି? ନା ଜାଣିଶୁଣି ଅଜଣା ଭଳି ହେଉଛନ୍ତି! ମୁଁ ମୋର ଦେଶବାସୀଙ୍କୁ ପଚାରୁଛି କି ରାହୁଲ ଏଭଳି ଦେଶ ବିରୋଧୀ କାମ କରିବାକୁ ଉଦ୍ୟମ କରିଥିବା ଲୋକଙ୍କୁ ଭେଟି କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି?’
ସୂଚନା ଥାଉକି, ଆମେରିକାର ଅରବପତି ଜର୍ଜ ସୋରୋସ ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ।
ସେ କହିଥିଲେ,‘ କି ଆଦାନୀ ମାମଲାରେ ମୋଦୀ ଚୁପ୍ ରହିଛନ୍ତି ହେଲେ ତାଙ୍କୁ ବିଦେଶୀ ନିବେଶକ ଓ ସଂସଦରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଚୁପ ରହିବା ଫଳରେ ଭାରତର ସଂଘୀୟ ସରକାର ଉପରେ ମୋଦୀଙ୍କ ଦଖଲକୁ ଦୁର୍ବଳ କରିଦେବ। ଏହାସହ ଭାରତରେ ଲୋକତାନ୍ତ୍ରିକ ବ୍ୟବସ୍ଥାର ପରିବର୍ତ୍ତନ ହେବାକୁ ଯାଉଛି।’