Onn 3

ଓ୍ବାଗନର ମୁଖ୍ୟ ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ, ଖୋଲା ଝରକାରୁ ଦୂରେଇ ରହିବାକୁ ପରାମର୍ଶ ଦେଲା ସିଆଇଏ

National & International

ନ୍ୟୁୟର୍କ : ରୁଷର ଘରୋଇ ସଶସ୍ତ୍ର ବାହିନୀ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ପୁଟିନଙ୍କ ଗୁପ୍ତଚରମାନେ ତାଙ୍କୁ ମାରିଦେବାର ଆଶଙ୍କା କରାଯାଉଛି । ଏଣୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ତାଙ୍କୁ ସତର୍କ କରିଦିଆଯାଇଛି ଓ ଖୋଲା ଝରକାଠାରୁ ଦୂରେଇ ରହିବାକୁ କିମ୍ବା ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଆମେରିକାର ଅବସରପ୍ରାପ୍ତ ସେନା ଜେନେରାଲ ତଥା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ପୂର୍ବତନ ମୁଖ୍ୟ ଡେଭିଡ୍ ପେଟ୍ରିୟସ୍ ୱାଗନର ମୁଖ୍ୟ ୟେଭଜେନି ପ୍ରିଗୋଜିନଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଖୋଲା ଝରକା ଚାରିପଟେ ବହୁତ ସତର୍କ ରହିବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ପୁଟିନ ବିରୋଧୀ ଲୋକମାନେ ଝରକାରୁ ଖସି କିପରି ମୃତ୍ୟୁବରଣ କରିଛନ୍ତି ତାହା କେହି ଭୁଲିବା ଉଚିତ ନୁହେଁ। କେଉଁ ପରିସ୍ଥିତିରେ ସେମାନଙ୍କର ମୃତ୍ୟୁ ଘଟିଲା ତାହା ଅତ୍ୟନ୍ତ ରହସ୍ୟମୟ ଥିଲା। ଏଣୁ ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସୁଛି ।
ୟେଭଗେନି ପ୍ରିଗୋଜିନ୍ କିଛିଦିନ ତଳେ ହୋଇଥିବା ରୁଷ ବିରୋଧୀ ବିଦ୍ରୋହର ନେତୃତ୍ବ ନେଉଥିଲେ । ତେବେ ବେଲାରୁଷର ହସ୍ତକ୍ଷେପ ପରେ ସେ ପଛକୁ ଫେରିଥିଲେ । ଓ୍ଵାଗନର ଗୋଷ୍ଠୀର ସୈନିକମାନେ ରୁଷିଆର ରୋଷ୍ଟୋଭ୍ ସହରରେ ପ୍ରବେଶ କରିବାର ଗୋଟିଏ ଦିନ ମଧ୍ୟରେ ଏହି ବିଦ୍ରୋହ ପ୍ରତ୍ୟାହୃତ ହୋଇଥିଲା।