Onn 3

ଖାଇରେ ଖସିଗଲା ଗାଡ଼ି; ଜଣେ ମୃତ, ୭ ଜଣ ଗୁରୁତର

National & International

ଉତ୍ତରାଖଣ୍ଡର ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍‌ ଭାରସାମ୍ୟ ହରାଇ ଏକ ଗଭୀର ଘାଇରେ ଖସି ପଡ଼ିଥିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ କେଦାରନାଥ ଦର୍ଶନ କରିବାକୁ ଯାଉଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ଉତ୍ତରକାଶୀ ଅଞ୍ଚଳର ୨ ପରିବାରର ୭ ସଦସ୍ୟ ଏକ ଭ୍ୟାନ୍‌ରେ କେଦାରନାଥ ଧାମ ଦର୍ଶନ ପାଇଁ ବାହାରିଥିଲେ। ମାତ୍ର ଲେଥା-ଟିହରୀ ହାଇୱେର ଡାଙ୍ଗଚୌରା ପାଲି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା।

ସୂଚନା ପାଇ ପୁଲିସ୍‌ ଓ ରେସକ୍ୟୁ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ସେମାନେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଥିମଧ୍ୟରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୭ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଅଛନ୍ତି।