Onn 3

ଡିଜିଟାଲ ସାକ୍ଷରତାକୁ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ

State

ଓଡିଶାର ଗ୍ରାମାଞ୍ଚଳର ଡିଜିଟାଲ ସାକ୍ଷରତାର ନିମ୍ନସ୍ତର  ଗ୍ରାମ୍ୟବାସୀଙ୍କ ପାଇଁ ଏକ ବୃହତ ଆହ୍ଵାନ ଅଟେ। ଶିକ୍ଷାର୍ଥୀ, ଶିକ୍ଷକ ଏବଂ ମଧ୍ୟମ ବୟସ୍କଙ୍କ ସହିତ ଜନସଂଖ୍ୟାର ଏକ ବୃହତ ଅଂଶ ଅଧିକ ଭାବରେ ପ୍ରଭାବିତ ହୋଇଥାନ୍ତି। ଫଳସ୍ୱରୂପ, ଏହା ଓଡିଶା ଗ୍ରାମବାସୀଙ୍କ ସାମାଜିକ, ଶୈକ୍ଷିକ ଏବଂ ଅର୍ଥନୈତିକ ବୃଦ୍ଧି ଓ ବିକାଶରେ ବାଧା ସୃଷ୍ଟି କରିଥାଏ। ଡିଜିଟାଲ ଶିକ୍ଷା ଗ୍ରହଣ କରିବା ପାଇଁ ମୋବାଇଲ ଫୋନ, କମ୍ପ୍ୟୁଟର ଏବଂ ମୋବାଇଲ ନେଟୱାର୍କ ଆବଶ୍ୟକ ହୋଇଥାଏ। ଯାହା ହେଲେ ମଧ୍ୟ, ଓଡିଶାର ଗ୍ରାମବାସୀଙ୍କ ମଧ୍ୟରେ ଡିଜିଟାଲ ଶିକ୍ଷା ହାସଲ କରିବା ଡିଜିଟାଲ ଉପକରଣ ଓ ଇଣ୍ଟର୍ନେଟ ସେବାର ଅଭାବ ଯୋଗୁଁ ପ୍ରାୟତଃ ଅସମ୍ଭବ ଅଟେ।

ଜାତୀୟ ନମୂନା ସର୍ବେକ୍ଷଣ (NSS) ର ୨୦୧୭-୧୮ର ଶିକ୍ଷାଭିତ୍ତିକ ତଥ୍ୟ ଅନୁସାରେ ଓଡିଶାର  ଗ୍ରାମାଞ୍ଚଳରେ କେବଳ ୪.୩ % ପରିବାରଙ୍କ ପାଖରେ ବ୍ୟକ୍ତିଗତ କମ୍ପ୍ୟୁଟର ଉପଲବ୍ଧ ହୋଇଛି, ଯେଉଁଠି ୧୦% ପରିବାରଙ୍କ ପାଖରେ ଇଣ୍ଟର୍ନେଟ ସୁବିଧା ରହିଅଛି। ଓଡିଶାର ସହରାଞ୍ଚଳରେ ହାରାହାରି ୧୭.୨% ପରିବାର ନିକଟରେ କମ୍ପ୍ୟୁଟର ରହିଅଛି, ଯେଉଁଠି ୩୧.୨% ନିକଟରେ ଇଣ୍ଟର୍ନେଟ ସୁବିଧା ରହିଛି।

ସରକାରୀ ବିଦ୍ୟାଳୟରେ ଡିଜିଟାଲ ଭିତ୍ତିଭୂମି ଅଭାବରୁ ଓଡିଶାର କୋଭିଡ-୧୯ ମହାମାରୀ ସମୟରେ ଅନଲାଇନ୍ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁଠାରେ ପ୍ରାୟ ୬୨ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ପଢି ଥାଆନ୍ତି। ଅର୍ଥନୈତିକ ସର୍ବେକ୍ଷଣ ୨୦୧୮-୧୯ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୫୧,୩୧୧ ଗ୍ରାମ ମଧ୍ୟରୁ କେବଳ ୧୧,୦୦୦ ଗ୍ରାମ ମୋବାଇଲ ନେଟୱାର୍କ ସୁବିଧା ପାଇଛନ୍ତି।

ତେବେ ଅଧିକାଂଶ ସରକାରୀ ଏବଂ କର୍ପୋରେଟ୍ ଏଜେନ୍ସି ଓଡ଼ିଶାର ଗ୍ରାମାଞ୍ଚଳରେ ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହନ ଦେଇ ଏହି ବ୍ୟବଧାନକୁ ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହା ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ଶିକ୍ଷା ଏବଂ ଇ-ଶିକ୍ଷା ସାମଗ୍ରୀ ପାଇବାକୁ ସୁବିଧା ଯୋଗାଇ ଦେବ। ଆହୁରି ମଧ୍ୟ, ଯୁବକ ଏବଂ ଛାତ୍ରଛାତ୍ରୀମାନେ ସହଜରେ ଭାବରେ  ସୂଚନା ପ୍ରଯୂକ୍ତି ( IT ) ଦକ୍ଷତା ହାସଲ କରିବେ, ଯାହା ଉଦ୍ୟୋଗକୁ ପ୍ରୋତ୍ସାହିତ କରିପାରିବ।

ଗ୍ରାମାଞ୍ଚଳବାସୀଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବହୁତ ଉଦ୍ୟମ କରିଛନ୍ତି। ଏହି ବିଷୟକୁ ଆଗକୁ ବଢାଇବା ପାଇଁ ଅନେକ ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଶିକ୍ଷା ମନ୍ତ୍ରଣାଳୟ ୧୭ ମଇ ୨୦୨୦ରେ ପ୍ରଧାନମନ୍ତ୍ରୀ PM e-Vidya initiative ଆରମ୍ଭ କରିଥିଲା, ଯାହା ସାରା ଦେଶରେ ପ୍ରାୟ ୨୫ କୋଟି ସ୍କୁଲ ପିଲାଙ୍କୁ ଶିକ୍ଷା ସୁବିଧା ପ୍ରଦାନ କରିଥାଏ। ଏହି ପ୍ରୋଗ୍ରାମ୍ ସ୍କୁଲ ପିଲାମାନଙ୍କୁ ଡିଜିଟାଲ୍, ଅନଲାଇନ୍ ଏବଂ ଅନ-ଏୟାର ସହିତ ଏକାଧିକ ଉପାୟରେ ଶିକ୍ଷଣ ପାଇଁ ସୁବିଧା ପାଇବାକୁ ସମର୍ଥ କରିଥାଏ। ୟୁନେସ୍କୋ ଦ୍ଵାରା ପିଏମ୍ ଇ-ବିଦ୍ୟା ସ୍ଵୀକୃତ ହୋଇଥିଲା ଏବଂ ୨୦୨୧ ବର୍ଷ ପାଇଁ କିଙ୍ଗ ହମାଦ ବିନ୍ ଇସା ଅଲ-ଖଲିଫା ପୁରସ୍କାର ପ୍ରାପ୍ତ ହୋଇଥିଲା।

ଅନ୍ୟ ଏକ ସରକାରୀ ପଦକ୍ଷେପ ହେଉଛି e-Pathshala program ଯାହା ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ମାତାପିତାଙ୍କ ଉପରେ ଧ୍ୟାନ ଦେଇଥାଏ ଏବଂ ଏହି ସୁବିଧା ଏକ ୱେବ୍ ପୋର୍ଟାଲ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ହାସଲ କରାଯାଇପାରେ। ଏହି କାର୍ଯ୍ୟକ୍ରମ ୩୫୦୦ ରୁ ଅଧିକ ବିଷୟ ଉପରେ ମୂଲ୍ୟବାନ ବିଷୟବସ୍ତୁ ସହିତ ଗ୍ରାମୀଣ ସମ୍ପ୍ରଦାୟର ସଦସ୍ୟଙ୍କ ସହିତ ବ୍ୟକ୍ତିବିଶେଷଙ୍କ ପାଇଁ ମାଗଣା ଶିକ୍ଷା ଏବଂ ତାଲିମ ଉପଲବ୍ଧ କରାଇ ଥାଏ। ଇ-ପାଠଶାଳା ( e-Pathshala) ଆପ୍ ଫେବୃଆରୀ ୨୨,୨୦୧୯ ରେ ଶ୍ରେଷ୍ଠ ମୋବାଇଲ୍ ଆପ୍ ବର୍ଗରେ ଡିଜିଟାଲ୍ ଇଣ୍ଡିଆ ପୁରସ୍କାର ୨୦୧୯ ଅର୍ଜନ କରିଛି।

ୱାର୍ଲ୍ଡ ଅନ୍ ହ୍ୱିଲ୍ସ (WoW) ହେଉଛି ଏକ ଡିଜିଟାଲ ସାକ୍ଷରତା ଅଭିଯାନ, ଯାହାକି ସେଣ୍ଟର ଫର ୟୁଥ ଏଣ୍ଡ ସୋସିଆଲ ଡେଭେଲପମେଣ୍ଟ (CYSD) ଦ୍ୱାରା ଗ୍ରାମାଞ୍ଚଳର ଛାତ୍ର ତଥା କ୍ଷୁଦ୍ର ବ୍ୟବସାୟ ମାଲିକଙ୍କ ପାଇଁ ଆରମ୍ଭ ହୋଇଛି। ପ୍ଲାନ୍ ଇଣ୍ଡିଆ ଏବଂ ଏଣ୍ଟରପ୍ରିନିଅର୍ସିପ୍ ଡେଭଲପମେଣ୍ଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (EDII) ର ସହଯୋଗରେ ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଯୁବକ ତଥା ବିଭିନ୍ନ ସ୍ଵୟଂ- ସହାୟକ ଗୋଷ୍ଠୀ ମଧ୍ୟରେ ଡିଜିଟାଲ ସାକ୍ଷରତା ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ୱାର୍ଲ୍ଡ ଅନ୍ ହ୍ୱିଲ୍ସ (WoW) ପଦକ୍ଷେପ ହେଉଛି ଏକ ୨୦ ସିଟ୍ ବିଶିଷ୍ଟ କମ୍ପ୍ୟୁଟର ଭ୍ରାମ୍ୟମାଣ ଲାବୋରେଟୋରୀ ଯାହା ଅନେକ ସଫ୍ଟୱେର୍ ଶକ୍ତି ସମ୍ପନ୍ନ ଏବଂ ସୌର ଶକ୍ତି ଦ୍ୱାରା ଚାଳିତ ଅଟେ।

ଆହୁରି ମଧ୍ୟ, onlinecasinoguide.in ଭଳି ଅନେକ ଆଇଗେମିଙ୍ଗ ( iGaming) ୱେବସାଇଟ ଅନଲାଇନ୍ ଖେଳାଳିଙ୍କ ମଧ୍ୟରେ ଡିଜିଟାଲ୍ ସାକ୍ଷରତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହି ୱେବସାଇଟ ଖେଳାଳିମାନଙ୍କୁ ଶିକ୍ଷାଗତ ସାମଗ୍ରୀ ଏବଂ ଉତ୍ସଗୁଡିକ ଯୋଗାଇଥାଏ ଯାହା ଖେଳାଳିମାନଙ୍କୁ ଦାୟିତ୍ଵ ପୂର୍ଣ୍ଣ ଖେଳ ଉପଭୋଗ କରିବାକୁ ସମର୍ଥ କରାଇଥାଏ। ଏହିପରି ୱେବସାଇଟ ଗୁଡିକରେ, ଆପଣ ସେମାନଙ୍କର ଖେଳ କାର୍ଯ୍ୟକଳାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଖେଳାଳୀମାନଙ୍କ ପାଇଁ ସର୍ବୋତ୍ତମ ଆଇଗେମିଙ୍ଗ ସାଇଟ୍, ସର୍ବୋତ୍ତମ ପ୍ରୋମୋ ଏବଂ ଟିପ୍ସ ପାଇ ପାରିବେ।