Onn 3

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

Crime State

ନୟାଗଡ: ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ କରିଦେଲେ ଅନ୍ତିମ ସତ୍କାର। ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପରିବାର । ନୟାଗଡ ଜିଲ୍ଲା ଇଟାମାଟି ଗାଁରେ ଏଭଳି ଆସିଛି ଅଭିଯୋଗ । ଅଭିଯୋଗ ଅନୁଯାୟୀ, ୨୦୧୫ ମସିହାରେ ଗାଁର ରକି ପ୍ରଧାନ ସେହି ଗାଁର ଫିନା ପ୍ରଧାନଙ୍କୁ ବିବାହ କରିଥିଲେ ।

ବିବାହ ବେଳେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ପରେ ଅଧିକ ଯୌତୁକ ମାଗିଥିଲେ ଶ୍ୱଶୁର ଘର ଲୋକ। ଏପରିକି ଯୌତୁକ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଗତ ୧୯ ତାରିଖରେ ଝିଅକୁ ହତ୍ୟା ପରେ କାହାକୁ ନଜଣାଇ ଅନ୍ତିମ ସତ୍କାର କରିଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଇଟାମାଟି ଥାନାରେ ଏତଲା ଦେଇଛନ୍ତି ମହିଳାଙ୍କ ପରିବାର । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ପୋଲିସ ରକି ପ୍ରଧାନଙ୍କୁ ଅଟକ ରଖିଛି । ଅଭିଯୁକ୍ତଙ୍କ ବିରୋଧ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନୟାଗଡ଼ ଏସଡିପିଓ।