Onn 3

ଲଣ୍ଡନ ଟ୍ରିପରେ ନୀତା ଅମ୍ବାନୀ ଧରିଥିବା ବ୍ୟାଗର ମୂଲ୍ୟରେ କିଣିପାରିବେ ଦାମୀ କାର୍

National & International

ନୂଆଦିଲ୍ଲୀ: ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ସଫଳ ମହିଳାମାନଙ୍କ ମଧ୍ୟରୁ ଜଣେ। ତାଙ୍କ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। ୫୯ ବର୍ଷ ବୟସରେ ପଦାର୍ପଣ କରିଥିବା ନୀତା ନିଜ ଜୀବନ ବଞ୍ଚିବା ଶୈଳୀ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ନୀତା, ସ୍ବାମୀ ମୁକେଶଙ୍କ ସହ ଲଣ୍ଡନ ବୁଲିବା ପାଇଁ ପହଞ୍ଚିଛନ୍ତି। ଲଣ୍ଡନରୁ ତାଙ୍କର ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ ଧରିଥିବା ଏକ ବ୍ୟାଗ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ନୀତା ଧରିଥିବା ଏହି ବ୍ୟାଗର ମୂଲ୍ୟ ବହୁତ ଅଧିକ ବୋଲି ଜଣାପଡ଼ିଛି। ଅମ୍ବାନୀଙ୍କ ଫ୍ୟାନ୍ ପେଜ୍ ଅନୁଯାୟୀ, ନୀତା ଅମ୍ବାନୀ ତାଙ୍କ ଲୁକ୍କୁ ସବୁଠୁ ମହଙ୍ଗା ବ୍ୟାଗ୍ ସହିତ ପରିପୂର୍ଣ୍ଣ କରିଛନ୍ତି। ସେ ଏକ ବିର୍କିନ୍ ହ୍ୟାଣ୍ଡବ୍ୟାଗ୍ ଧରିଥିବା ଦେଖାଯାଇଛି, ଯାହାର ମୂଲ୍ୟ ୧୫ଲକ୍ଷ ୩୬ହଜାର ଅଟେ।
ଅନ୍ୟପକ୍ଷରେ, ନୀତା ଅମ୍ବାନୀ ପିନ୍ଧିଥିବା ଭାଲେଣ୍ଟିନୋ ସ୍ଲାଇଡ୍ ଚପଲର ମୂଲ୍ୟ ୭୫ ହଜାର ୩୫୮ଟଙ୍କା ବୋଲି ଦାବି କରାଯାଇଛି।
ତେବେ ଏଥିରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ଏହା ପୂର୍ବରୁ ନୀତା ନିଜ ଜନ୍ମଦିନରେ ଖର୍ଚ୍ଚ କରିଥିବା ଟଙ୍କାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ନୀତା ଅମ୍ବାନୀଙ୍କ ୫୦ତମ ଜନ୍ମଦିନ ଅବସରରେ ଆୟୋଜିତ ପାର୍ଟିରେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।
୫୦ ବର୍ଷରେ ପଦାର୍ପଣ କରିବା ସମୟରେ ରାଜସ୍ଥାନର ଉମୈଦ୍‌ ଭବନ ପ୍ରାସାଦରେ ନୀତା ଅମ୍ବାନୀ ତାଙ୍କ ଜନ୍ମଦିନ ପାଳନ ପାଇଁ ୨ଦିନିଆ ପାର୍ଟି ଆୟୋଜନ କରିଥିଲେ। ଜନ୍ମଦିନ ପାର୍ଟିକୁ ସମଗ୍ର ବିଶ୍ବରୁ ୨୪୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌, ଅମିର୍‌ ଖାନ୍‌, ରାଣୀ ମୁଖାର୍ଜୀ, କରିସ୍ମା କପୁର ଏବଂ ମିତ୍ତଲ୍‌, ମହିନ୍ଦ୍ରା, ବିର୍ଲା, ଗୋଦ୍‌ରେଜ୍‌ ଆଦି ଖ୍ୟାତନାମା ବ୍ୟାବସାୟିକ ପରିବାରର ସଦସ୍ୟମାନେ।