Onn 3

ଓଡିଶା ଛୁଇଁଲା ମୌସୁମୀ

State

ଭୁବନେଶ୍ୱର: ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।ଓଡ଼ିଶା ଛୁଇଁଲା ମୌସୁମୀ । ଦୁଇ ଦିନ ଭିତରେ ସାରା ରାଜ୍ୟରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ । ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ମାଲକାନଗିରିରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ୬୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।
ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଟ୍ୱିନ୍ ସିଟି କଟନ ଓ ଭୁବନଶ୍ୱର ପାଇଁ ମଧ୍ୟ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ବର୍ଷା ପାଇଁ ଇସ୍କନ ମନ୍ଦିର ସାମ୍ନାରେ ଜମି ରହିଛି ପାଣି । ଯାତାୟତରେ ବାଧାପ୍ରାପ୍ତ ହୋଇଛି । ସେହିପରି ଖୋର୍ଦ୍ଧା, ଜଗତସିଂହପୁର, ପିପିଲି, କୋଣାର୍କ, କଟକରେ ମଧ୍ୟ ଜାରି ରହିଛି ବର୍ଷା ।