Onn 3

ଆଇସିସି, ବିସିସିଆଇ ଦେଲେ ପାକିସ୍ତାନକୁ ବଡ଼ ଝଟକା, ବିଶ୍ବକପ- ମ୍ୟାଚ ସ୍ଥାନ ପରିବର୍ତ୍ତନ ଅନୁରୋଧକୁ ପ୍ରତ୍ୟାଖ୍ୟାନ

National & International

ମୁମ୍ବାଇ : ପାକିସ୍ତାନ କ୍ରିକେଟ ବୋର୍ଡକୁ ଏକ ବଡ଼ ଝଟକା ଦେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଭାରତର ବିସିସିଆଇ । ଆଇସିସି ଓ ବିସିସିଆଇ ଆଗରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଦାବି କରିଥିଲା ଯେ, ୨୦୨୩ ବିଶ୍ବକପ୍ ମ୍ୟାଚ୍ ଚେନ୍ନାଇ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନରେ ଖେଳାଯାଉ । କିନ୍ତୁ ପାକିସ୍ତାନର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଆଇସିସି ଓ ଆୟୋଜକ ବିସିସିଆଇ ।
ସିଡ୍ୟୁଲ ଅନୁସାରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମ୍ୟାଚ ବାଙ୍ଗାଲୋରରେ ଖେଳାଯିବାକୁ ଥିବା ଚେନ୍ନାଇର ଚିପକରେ ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ଖେଳ ହେବ। କିନ୍ତୁ ପାକିସ୍ତାନ ଚିପକ ପରି ସ୍ପିନ ପିଚରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଚାହୁଁନାହିଁ । କାରଣ ଆଫଗାନିସ୍ତାନର ସ୍ପିନ ଆକ୍ରମଣ ଏବେ ବିଶ୍ବରେ ଏକ ଶ୍ରେଷ୍ଠ ସ୍ପିନ ଆକ୍ରମଣ ବୋଲି କୁହାଯାଉଛି । ଏଣୁ ପାକିସ୍ତାନର ବ୍ୟାଟରମାନେ ଚେନ୍ନାଇର ସ୍ପିନ ପିଚରେ ସେମାନଙ୍କୁ ସମ୍ମୁଖୀନ ହେବାକୁ ଚାହୁଁନାହାନ୍ତି । ସେହିପରି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ବାଙ୍ଗାଲୋରର ବ୍ୟାଟିଂ ପିଚରେ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ । ସେଥିପାଇଁ ଆଫଗାନିସ୍ତାନ ମ୍ୟାଚକୁ ବେଙ୍ଗାଲୁରୁରେ ଓ ଅଷ୍ଟ୍ରେଲିଆ ମ୍ୟାଚକୁ ଚେନ୍ନାଇରେ ଖେଳିବାକୁ ପିସିବି ଆଇସିସି ଓ ବିସିସିଆଇ ନିକଟରେ ଦାବି କରିଥିଲା ।
ଆଇସିସି ନିୟମ ଅନୁସାରେ କେବଳ ସୁରକ୍ଷା କାରଣରୁ ଗୋଟିଏ ମ୍ୟାଚ ଭେନ୍ୟୁରେ ପରିବର୍ତ୍ତନ କରାଯାଇପାରେ । ଏହି କାରଣରୁ ପାକିସ୍ତାନର ପ୍ରସ୍ତାବକୁ ଆଇସିସି ଓ ଆୟୋଜକ ବିସିସିଆଇ ପ୍ରତ୍ୟାଖ୍ୟାନ କରିଛନ୍ତି ।