ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡିର ଖୋଲତାଡ଼ ଜୋରଦାର କରିଛି CBI। ଆଜି ସୋର ସେକ୍ସନର ସିଗନାଲ JE ଅମୀର ଖାନଙ୍କୁ ନେଇ ପଚରାଉଚରା ଓ ଛାନଭିନ୍ କରୁଛି CBI। ଆମୀରଙ୍କୁ ତାଙ୍କ କରମପୁର ସ୍ଥିତ ବାସଭବନକୁ ନେଇ କାଗଜପତ୍ର ଯାଞ୍ଚ କରୁଛି ସିବିଆଇ। ଅମୀରଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଡଙ୍କଣୀ ଅଞ୍ଚଳରେ ବୋଲି ଜଣାପଡିଛି । ଦୁର୍ଘଟଣା ପରଠୁ ଅମୀରଙ୍କ ଦେଖାନଥିବା ବେଳେ, ସିଗନାଲ JEଙ୍କ ଭଡ଼ାଘରକୁ ସିଲ୍ କରିଥିଲା CBI ।
ସେପଟେ ବାହାନଗା ଷ୍ଟେସନ ମାଷ୍ଟରଙ୍କ ସୋର ବ୍ଲକ୍ ତେଣ୍ଟେଇ ସ୍ଥିତ ଘରେ ମଧ୍ୟ ତନାଘନା କରିଛି CBI ଟିମ୍। ଜୁନ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଆର ଟ୍ରାକରେ ଆସୁଥିବା ଯଶୱନ୍ତପୁର-ହାୱଡ଼ା ଟ୍ରେନକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ।