Onn 3

ଅହମ୍ମଦାବାଦ ରଥଯାତ୍ରା ବେଳେ ଅଘଟଣ ; କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ୧ ମୃତ, ୨୪ ଆହତ

National & International

ଅହମ୍ମଦାବାଦ : ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁଜରାଟର ଅହମ୍ମଦାବାଦ ଉତ୍ସବମୁଖର ଥିବାବେଳେ ସେଠାରେ ଏକ ଅଘଟଣ ଘଟିଛି । ରଥ ଯାଉଥିବା ରାସ୍ତା ନିକଟରେ ଥିବା ଏକ କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ଜଣେ ଲୋକ ମୃତ୍ୟୁବରଣ କରିଥିବାବେଳେ ଆହୁରି କିଛି ଲୋକ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଅହମ୍ମଦାବାଦ ଦରିଆପୁରର କାରିଆନାକା ରୋଡରେ ଏହି ଦୁର୍ଘଟଣା ଘଟିଛି । ସେଠାରେ ଥିବା ଏକ ତିନି ମହଲା କୋଠାର ତୃତୀୟ ମହଲାର ବାଲକୋନି ଭାଙ୍ଗି ଯାଇଥିଲା । ଦୁର୍ଘଟଣା ସମୟରେ ବାଲକୋନିରେ ଅନେକ ଲୋକ ଥିଲେ । ଦୁର୍ଘଟଣା ପରେ ରିଲିଫ୍ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ ।
ଏହି ଦୁର୍ଘଟଣାରେ ମୋଟ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୭ ଜଣଙ୍କୁ ବିଏପିଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବିଏପିଏସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମେହୁଲ ପାଞ୍ଚାଲ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।
ଦରିଆପୁର ଅହମ୍ମଦାବାଦର ଏକ ପୁରାତନ ଅଞ୍ଚଳ । ଯେଉଁ କୋଠାର ବାଲକୋନି ଭୁଶୁଡ଼ି ପଡ଼ିଥିଲା, ତାହା ଏକ ପୁରାତନ କୋଠାଥିଲା ଓ ସେଥିପାଇଁ ତାହାକୁ ନୋଟିସ ଦିଆଯାଇଥିଲା । ବିପଦପୂର୍ଣ୍ଣ ଥିବାସତ୍ତ୍ବେ ତା’ ତଳେ ଦେକାନ ଚାଲୁଥିଲା ଓ ଉପରେ ଆବାସିକ ଜାଗା ଥିଲା। ଆଜି ଲୋକମାନେ ବାଲକୋନିରେ ଠିଆ ହୋଇ ରଥକୁ ଅପେକ୍ଷା କରିଥିଲେ ।