Onn 3

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

Crime State

ରେଢାଖୋଲ: ମହିଳାଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ରଥତଇଲା ଗାଁ ନିକଟରେ ହତ୍ୟାକାଣ୍ଡ ଘଟିଛି। ଏକ ଘର ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମହିଳା ହେଲେ ୩୬ ବର୍ଷିୟା ସାଲିମ୍‌ ମିଞ୍ଜି । ତାଙ୍କର ଏକ ଦୁଇ ବର୍ଷର ପୁଅ ରହିଛି ।

କିଛି ଦିନ ହେବ ସାଲିମ୍‌ ମିଞ୍ଜ୍‌ ସ୍ୱାମୀ ଓ ପୁଅ ସହ କାମ କରିବାକୁ ଆସିଥିଲେ । ଗତକାଲି ରାତିରେ କୌଣସି କାରଣରୁ ତାଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ୱାମୀର ପତ୍ତା ମିଳୁନି । ଟଙ୍କା ପଇସାକୁ ନେଇ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ମୃତକଙ୍କ ପରିବାର। ।