Onn 3

ରାଜନୈତିକ ହିଂସାକୁ ନେଇ ହଣାକଟା, ଜିଲ୍ଲା ପରିଷଦଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ

Crime State

ଯାଜପୁର: ଯାଜପୁର ବ୍ଳକ ଅନ୍ତର୍ଗତ ଏରବାଙ୍କ ଅଞ୍ଚଳରେ ରାଜନୈତିକ ହିଂସାକୁ ନେଇ ହଣାକଟା । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝିଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଖଣ୍ଡା ଭୁଜାଲିରେ ଆକ୍ରମଣରେ ସ୍ଥାନୀୟ ଗ୍ରାମରକ୍ଷୀଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ପରିବାରର ୩ ଜଣ ଓ ବିପକ୍ଷ ଗୋଷ୍ଠୀର ଜଣେ ଗୁରୁତର ଆହତ ହୋଇଛନ୍ତି ।

ଅଭିଯୋଗ ଅନୁଯାୟୀ, ପୂର୍ବ ରାଜନୈତିକ କଥାକୁ ନେଇ ଗତକାଲି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ବିପକ୍ଷ ଗୋଷ୍ଠୀର ଲୋକ ରାସ୍ତାରେ ଥଟ୍ଟା କରିଥିଲେ । ପରେ ଏହି ଘଟଣା ଗ୍ରାମରକ୍ଷୀଙ୍କ ଜରିଆରେ ସମାଧାନ ଆଡକୁ ଯାଉଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟଙ୍କ ପରିବାର ଉପରେ ୩୦ରୁ ଅଧିକ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝିଙ୍କ ସାନ ଭାଇ ପ୍ରଶାନ୍ତ, ବଡ଼ବାପା ନାରାୟଣ ଓ ବାପା ବୀର କିଶୋରଙ୍କ ସହ ଗ୍ରାମରକ୍ଷୀ ସୁରେନ୍ଦ୍ର ମଲିକ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣରେ ବିପକ୍ଷ ଗୋଷ୍ଠୀର ବ୍ରଜ କିଶୋର ମଲିକ ମଧ୍ୟ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବିଳମ୍ବିତ ରାତିରେ କଟକ ସ୍ଥାନାନ୍ତର କରାଯାଇଛି ।