Onn 3

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼

Crime State

ଘଟଗାଁ: ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସିଂଘବିଲା ନିକଟରେ ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଯୁବକ ହେଲେ ପୂର୍ଣ୍ଣଚନ୍ଦ୍ର ଦାସ । ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡ ପରେ ଦୁବୃର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବରପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।