Onn 3

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଓଡ଼ିଆ ଗାୟିକା

Crime State

କଟକ: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଥିବା ଜଣାଯାଇଛି। ପୀଡ଼ତା ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଅଭିଯୋଗ କରିଛନ୍ତି କଣ୍ଠଶିଳ୍ପୀ। ତାଙ୍କ କହିବା ଅନୁଯାୟୀ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ପୀଡ଼ିତା ଜଣେ ବ୍ୟାଙ୍କ କର୍ମଚାରୀ ବି ବୋଲି ସୂଚନା ମିଳିଛି। ଏହି ଘଟଣା ପୁଣି ଓଲିଉଡକୁ ବଦନାମ କରିଥିବା କୁହାଯାଉଛି। ଏଣେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ପୁଲିସ କି ପଦକ୍ଷେପ ନେଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର।

ଖାଲି ସେତିକି ନୁହେଁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଯୌନ ନିର୍ଯାତନା ବି ଦେଇଛନ୍ତି। ପୂର୍ବରୁ ପୀଡ଼ିତା ଜଗତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ସେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି।

ଓଲିଉଡ କଣ୍ଠଶିଳ୍ପୀଙ୍କୁ ନିର୍ଯାତନା ଘଟଣାରେ ଡିସିପି ପତିକ୍ରିୟା ରଖିଛନ୍ତି। ମହିଳା ଥାନାରେ ଓଲିଉଡ଼ କଣ୍ଠଶିଳ୍ପୀ ଜଣକ ଆଜି ଏତଲା ଦେବା ପରେ ଡିସିପି ପିନାକ ମିଶ୍ର କହିଛନ୍ତି, ଏତଲାରେ ଯାହା ଉଲ୍ଲେଖ ରହିଛି, ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଜେରା ପାଇଁ ଥାନାକୁ ଡକାଯବ।