Onn 3

ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପୋଷ୍ଟ କରିବାରୁ ଗିଲ୍ ଙ୍କୁ ଜୋରିମାନା

National & International

ନୂଆଦିଲ୍ଲୀ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସର୍ବସାଧାରଣରେ ବିରୋଧ ଓ ସମାଲୋଚନା କରିବା ପଡ଼ିଲା ଭାରୀ। କ୍ରିକେଟର ଶୁଭମନ ଗିଲଙ୍କ ଉପରେ ଲାଗିଲା ଜରିମାନା। ନିକଟରେ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳାଯାଇଥିଲା। ଏହାର ଫାଇନାଲରେ ଅମ୍ପାୟାର, ଗିଲଙ୍କୁ ଆଉଟ କରିବା ପରେ ତାଙ୍କ ନିଷ୍ପତ୍ତିକୁ ସର୍ବସାଧାରଣରେ ସମାଲୋଚନା କରିଥିଲେ କ୍ରିକେଟର। ଏଥିପାଇଁ ଏବେ ସେ ତାଙ୍କ ମ୍ୟାଚ୍ ଫି’ରୁ ୧୫ପ୍ରତିଶତ ଜରିମାନା ଆଇସିସିକୁ ଦେବେ ବୋଲି ଜଣାପଡ଼ିଛି।
ଆଇସିସି ଆଚରଣ ବିଧି ସ୍ତର ୧କୁ ଉଲଂଘନ କରିଥିବାରୁ ଗିଲଙ୍କୁ ଏହି ଦଣ୍ଡ ମିଳିଛି। ଭାରତର ଟପ୍ ଅର୍ଡର ବ୍ୟାଟର୍ ଶୁଭମନ ଗିଲ୍ ଆଇସିସିର ଆଚରଣ ବିଧି ଧାରା ୨.୭କୁ ଉଲଂଘନ କରିଛନ୍ତି। ଆଇସିସିର ଆଚରଣ ବିଧି ଧାରା ୨.୭ରେ ଏକ ଅନ୍ତର୍ଜାତୀୟ ମ୍ୟାଚରେ ଘଟୁଥିବା ଘଟଣା ସଂପର୍କରେ ସର୍ବସାଧାରଣରେ ସମାଲୋଚନା କରିବା କିମ୍ବା ଅନୁପଯୁକ୍ତ ମନ୍ତବ୍ୟ ଦେବାକୁ ବାରଣ କରାଯାଇଛି। ହେଲେ ଗିଲ୍ ଏହି ନିୟମ ଭାଙ୍ଗି ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଇନଷ୍ଟାଗ୍ରାମର ଏକ ପୋଷ୍ଟ ମାଧ୍ୟମରେ ସମାଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୪୪୪ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେଲେ ଭାରତୀୟ ଟିମ୍ ୪୪୪ରନ୍ କରିପାରିନଥିଲେ। ୨୦୯ ରନରେ ଭାରତକୁ ହାରିବାକୁ ପଡ଼ିଥିଲା। ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଭାରତର ପରାଜୟ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କୁ ଏବେ ଟାର୍ଗେଟ କରୁଛନ୍ତି କ୍ରିକେଟ ପ୍ରେମୀ।