Onn 3

ଏସସିବି ମେଡିକାଲରେ ଚିକିତ୍ସାଧୀନ ଯାତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ

State

କଟକ: କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆହତଙ୍କୁ ଭେଟି ରାଜ୍ୟପାଳ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟପାଳ ଆଲୋଚନା କରିଛନ୍ତି ।

ଏହା ପରେ ରାଜ୍ୟପାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଓଡିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ। ଏସସିବି ମେଡିକାଲରେ ଓଡିଶା ଲୋକଙ୍କ ସମେତ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ଆହତ ଯାତ୍ରୀମାନେ ଚିକିତ୍ସିତ ହେଉଛନ୍ତି। ଏଠାରେ ଡାକ୍ତର ଓ ନର୍ସମାନେ ନିଜ ପରିବାର ଭଳି ଆହତମାନଙ୍କ ସେବା କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ଅନ୍ୟପଟେ ଏବେ ଏସସିବିରେ ମୋଟ୍ ୧୪୦ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ ଆଇସିୟୁରେ ଚିକିତ୍ସା ହେଉଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି।