Onn 3

ବରଗଡ଼ ସମରଧରା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

State

ବରଗଡ଼: ବରଗଡ଼ ସମରଧରା ନିକଟସ୍ଥ ACC ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ମେଡାପାଲି ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ବରଗଡ଼ ଜିଲା ଡୁଙ୍ଗୁରୀ ଚୁନପଥର ଖଣିରୁ ବରଗଡ଼ ଯାଉଥିବା ଚୂନ ପଥର ମାଲବାହି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଚୂନ ପଥର ନେଇ ଯାଉଥିଲା ଟ୍ରେନ । ହୁଇଲ ଛିଣ୍ଡି ଯିବା ଯୋଗୁଁ 5 ଟି ଡବା ଓଲଟି ଯାଇଛି । ଦୁର୍ଘଟଣା ରେ କେହି ଆହତ ହୋଇନଥିବା ଜଣାଯାଇଛି ।