Onn 3

ଚଢେଇପାହାଡିରେ ଶ୍ରୁଶ୍ରୂଷା ହେଲଥ ରିସର୍ଚ ଫାଉଣ୍ଡେସନ ଆନୁକୁଲ୍ୟରେ ମାଗଣାରେ ଇଲେକ୍ଟ୍ରୋ ହୋମିଓ ଚିକିତ୍ସା ଶିବିର

State

ବାରିପଦା: ରବିବାର ଦିନ ମୟୂରଭଞ୍ଜ ଜିଲ୍ଲା ଦୁର୍ଗମ ଘଞ୍ଚ ଜଙ୍ଗଲ ମଧ୍ୟରେ ପର୍ବତର ପାଦଦେଶରେ ଅବସ୍ଥିତ ଉପାନ୍ତ ଅଞ୍ଚଳ ଚଢେଇପାହାଡି ଗ୍ରାମପଞ୍ଚାୟତ ଠାରେ ଶୁଶ୍ରୂଷା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ ଏବଂ ଶୁଶ୍ରୂଷା ହ୍ୟାଲଥ୍ ରିସର୍ଚ୍ଚ ଫାଉଣ୍ଡେସନ୍ ତରଫରୁ ଏକ ମାଗଣା ଇଲେକ୍ଟ୍ରୋ ହୋମିଓପ୍ୟାଥି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ମାଗଣା ସ୍ବାସ୍ଥ୍ୟ ଶିବିରଟି ଶୁଶ୍ରୂଷା ଗ୍ରୁପ୍ ଏବଂ ତତ୍ ସହିତ ରାଇରଙ୍ଗପୁର ସହରର ସ୍ବେଚ୍ଛାସେବୀ ତଥା ଗଢ ସ୍ଥିତ ଐଶନେଶ୍ବର ଶିବ ମନ୍ଦିରର ପୂଜକ ବିଷ୍ଣୁ ଶର୍ମା ଏବଂ ଚଢେଇପାହାଡି ଗ୍ରାମପଞ୍ଚାୟତର ସରପଞ୍ଚ ସମ୍ବାରୀ ମୁଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡାକ୍ତର ମନୋଜିତ୍ ଆଚାର୍ଯ୍ୟ ଉପସ୍ଥିତ ର‌ହି ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ତତ୍ ସହିତ ମାଗଣା ଇଲେକ୍ଟ୍ରୋ ହୋମିଓପ୍ୟାଥି ଔଷଧ ବଣ୍ଟନ କରିଥିଲେ।

ଏଥିରେ ତାଙ୍କ ସହିତ ତାଙ୍କ ସହଯୋଗୀ ଦଳ‌ ଉପସ୍ଥିତ ରହି ତାଙ୍କୁ ସହଯୋଗ କରିଥିଲେ। ଚଢେଇପାହାଡି ଏବଂ ଏହାର ଆଖପାଖ ଉପାନ୍ତ ଅଞ୍ଚଳରୁ ଅନେକ ଲୋକ ଏହି ସ୍ବାସ୍ଥ୍ୟ ଶିବିରକୁ ଆସି ଏହାର ଲାଭ ଉଠାଇଥିଲେ। ଯେଉଁ ଅଞ୍ଚଳରେ ଡାକ୍ତରୀ ସେବା ପହଞ୍ଚିବାରେ ଅସୁବିଧା ହେଉଛି ସେହି ଅଞ୍ଚଳକୁ ଯାଇ ଆମେ ସ୍ବାସ୍ଥ୍ୟସେବା ପ୍ରଦାନ କରିବୁ ବୋଲି ଡଃ ଆଚାର୍ଯ୍ୟ କହିଛନ୍ତି।