Onn 3

ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

State

ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଭିତରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସିଂହଦ୍ଵାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ରାଜସ୍ଥାନର ଅମ୍ବାଲାଲ ଭୋଇ ବୋଲି ଜଣାଯାଇଛି। ଆଜି ପୂର୍ବାହ୍ନରେ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସିଥିବା ଅମ୍ବାଲାଲ ସ୍ନାନମଣ୍ଡପ ନିକଟରେ ପଡ଼ିଯାଇଥିଲେ।