IMG 20260919 WA0301

ନାଗଭଣ ରାଧାଗୋବିନ୍ଦ ଧାମରେ ରାଧାଷ୍ଟମୀ ଧୁମଧାମରେ ପାଳିତ

ରାଜ୍ୟ
ବାରିପଦା : ଆଜି ପବିତ୍ର ରାଧାଷ୍ଟମୀ ।ଏହି ଅବସରରେ  ନାଗଭଣ ଗ୍ରାମରେ ରାଧା ଗୋବିନ୍ଦ ଧାମରେ  ଜଗତ ଗୁରୁ କୃପାଳଜୀ ମହାରାଜ ଜୀଙ୍କ ପଟ୍ଟଶିଷ୍ଯ  ସ୍ଵାମୀ ମୁକୁନ୍ଦାନନ୍ଦଜୀଙ୍କ ଦ୍ବାରା  ୨୩ ନଭେମ୍ବର ୨୦୧୭ ମସିହାରେ ସ୍ଥାପିତ ହୋଇଥିବା ରାଧାକୃଷ୍ନ ମନ୍ଦିର ପରିସରରେ ପବିତ୍ର ରାଧାଷ୍ଟମୀ ଅବସରରେ ଶ୍ରଦ୍ଧାଳୁମାନଙ୍କୁ ଦ୍ଵାରା ଆନନ୍ଦ ,ଉଲ୍ଲାସ ଓ ଭକ୍ତିର ସହିତ ପାଳିତ ହୋଇଯାଇଛି ।
ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରିଥିଲେ । ମା’ର ରାଧାଙ୍କ ପାଦପୂଜା,ରାଧାକୃଷ୍ନଙ୍କ ଝୁଲଣ   ପୂଜାର୍ଚ୍ଚନା,ସଂକିର୍ତ୍ତନ,ଭଜନ,ଆରତୀ  ବହୁ ଭକ୍ତିମୟ,ଆଧ୍ୟାତ୍ମିକତାମୟ ଓ ରସମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା ।ରାଧା  ରାଧା ଭଜନରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ମନ୍ଦିର କମିଟି ତରଫରୁ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଆଖପାଖରୁ ମା’ ରାଧାଙ୍କ ପୂଜାର୍ଚ୍ଚନା ଓ ଆଶୀର୍ଵାଦ ନେବାପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସିଥିଲେ ।