ବାରିପଦା : ବାରିପଦା ବ୍ଲକ୍ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ ପରିସରରେ ବିଦ୍ୟାଳୟର ୧୦ ମ ବାର୍ଷିକ ପ୍ରତିଷ୍ଠା ଦିବସ “ସ୍ପାର୍କ” ପାଳିତ ହୋଇଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷା ରୀନୁମଣି ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତାଙ୍କ ପିଲା ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଯୋଗଦାନ ପାଇଁ ଉତ୍ସାହିତ କରିବା ସହିତ ଭଲ ପାଠ ପଢ଼ି ଭବିଷ୍ୟତ ରେ ଏକ ଶୃଙ୍ଖଳିତ ନାଗରିକ ହୋଇ ଦେଶ ଗଠନରେ ଜାତୀୟ ସ୍ରୋତରେ ନିଜକୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ I
ଏହି ଅବସରରେ ଜିଲ୍ଲାସ୍ତରୀୟ “ସ୍ପାର୍କ” କାର୍ଯ୍ୟକ୍ରମକୁ ମନୋନୀତ ହୋଇଥିବା ୪୧ ଜଣ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା I ଶେଷରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଇଂରାଜୀ ଶିକ୍ଷକ ବସନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ I ସର୍ବ ଶେଷରେ ବାଣିଜ୍ୟ ବିଭାଗର ଶିକ୍ଷକ ଅବିନାଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
