ବାରିପଦା : ପବିତ୍ର ଶ୍ରୀରାମ ଧାମ ଅଯୋଧ୍ୟାରେ ରାମ କୃଷ୍ଣ ସେବା ଫାଉଣ୍ଡେସନ ଆନୁକୂଲ୍ୟରେ ରାଷ୍ଟ୍ରୀୟ ରକ୍ତଦାନ ମହୋତ୍ସବ ଓ ରକ୍ତବୀର ସେବା ରତ୍ନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ୩ ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ଓଡିଶା ସମେତ ୨୨ ଟି ରାଜ୍ୟର ରକ୍ତଦାତା ଯୋଗଦେଇଥିଲେ I
ମୟୁରଭଞ୍ଜରୁ ସମାଜସେବୀ ଓ ନିୟମିତ ରକ୍ତଦାତା ଡ. ନିରୋଜ କୁମାର ପୋଥାଳ ଓ ସୋମନାଥ ସିଂହ ଯୋଗଦେଇଥିଲେ I ଡ. ପୋଥାଳଙ୍କ ୧୩୯ ଓ ଶ୍ରୀ ସିଂହଙ୍କ ୭୨ ଥର ରକ୍ତଦାନ ପାଇଁ ଫାଉଣ୍ଡେସନ ତରଫରୁ ଜୌନପୁରର ମହାରାଣୀ ଓ ସ୍ଥାନୀୟ ବିଧାୟକଙ୍କ ହାତରେ ରାଷ୍ଟ୍ରୀୟ ରକ୍ତବୀର ସେବା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି I ସମାଜସେବା ଓ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଭୟ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁବାର ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି I
