ବାରିପଦା : ମୟୁରଭଞ୍ଜ ଜିଲ୍ଲା ଵହଳଦା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର – ଟାଟା ରାସ୍ତାର ଗମ୍ଭାରିଆ- କାଦୁଆଣୀ ଛକରେ ଆଜି ସନ୍ଧ୍ୟା ସମୟରେ ଏକ ଅଜଣା କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ତିରିଂ ଥାନା ଅଞ୍ଚଳର ବଡକୁରମ ଗ୍ରାମର ରଵୀନ୍ଦ୍ର ଵାସ୍କେ ବାଇକରେ ଯାଉଥିବାବେଳେ ଏକ ଅଜଣା କାର୍ ଧକ୍କା ଦେଇ ଦୃତ ଗତିରେ ଖସି ପଳାଇଥିଲା ।
ଵାଇକ୍ ଚାଳକ ରାସ୍ତାରେ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ଖବରପାଇ ଵହଳଦା ପୋଲିସ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।ଗୁରୁତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରିରଖିଅଛି ।
