ବାରିପଦା : ବାରିପଦା ରୋଟାରୀ କ୍ଲବ ତରଫରୁ ବଣିଆବସା ଗ୍ରାମର ମଙ୍କିଡିଆ ସମ୍ପ୍ରଦାୟଙ୍କୁ ସଚେତନତା କରିବା ଉଦ୍ଧେଶ୍ୟ ନେଇ “ମାଆ ଓ କିଶୋରୀ କନ୍ୟାଙ୍କ ସ୍ଵାସ୍ଥ୍ୟ କଲ୍ୟାଣ”ପ୍ରକଳ୍ପ ଆନୁକୁଲ୍ୟରେ ଏକ ଦିବସୀୟ ଶିବିର ସଭାପତି ଭବାନୀଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଯାଇଛି।ଏହି ଅବସରରେ ଗ୍ରାମ ଅଭ୍ୟନ୍ତରରେ ରହୁଥିବା ମାଙ୍କିଡିଆ ଅଧିବାସୀଙ୍କ ଗହଣରେ ଏକ ମକର ଅଭିନନ୍ଦନ କାର୍ଯ୍ୟକ୍ରମ ସହ ରୋଟାରିଆନ ମାନେ ଗ୍ରାମର କିଶୋରୀ କନ୍ୟା ଓ ମହିଳା ମାନଙ୍କୁ ସାନିଟାରୀ ନାପକିନର ବ୍ୟବହାର ଓ ତାର
କିଶୋରୀ ମାନଙ୍କ ସ୍ଵାସ୍ଥ୍ୟ ଉପରେ ଗୁଣାତ୍ମକ ପ୍ରଭାବ ସମ୍ପର୍କରେ ସଚେତନ କରି ସାରିବା ପରେ ପ୍ରାୟ ଏକହଜାର ସଂଖ୍ୟକ ନାପକିନ ବଣ୍ଟନ କରାଯାଇ ଥିଲା।ପରେ ପରେ ଗ୍ରାମର ବୃଦ୍ଧ,ବୃଦ୍ଧା ଓ ଶିଶୁଙ୍କୁ ସମେତ ପ୍ରାୟ ୨୫୦ ସଂଖ୍ୟକ ଗ୍ରାମବାସୀଙ୍କୁ କମ୍ୱଳ ବିତରଣ କରାଯାଇ ଥିଲା। କାର୍ଯ୍ୟକ୍ରମଟିର ସୁଚାରୁ ପରିଚାଳନାରେ ସହଯୋଗ କରିଥିବା ସଦସ୍ୟ ସଦସ୍ୟା ମାନଙ୍କୁ ପ୍ରକଳ୍ପ ଅଧ୍ୟକ୍ଷ ରୋଟାରିଆନ୍ ରାକେଶ ସିଂ କୃତଜ୍ଞତା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ବରିଷ୍ଠ ସଦସ୍ୟ ସଦସ୍ୟା ରୋଟରିଆନ ପ୍ରଶାନ୍ତ ଜେନା, ରୋଟାରିଆନ ଅରୁଣ କୁମାର ଦାଶ,ରୋଟାରିଆନ ଗଣେଶ ଦାସ,ପ୍ରାକ୍ତନ ସଭାପତି ଜ୍ୟୋତି ରଞ୍ଜନ ସାହୁ,ଡ.ପୁଷ୍ପା ପାତ୍ର
ଓ ପ୍ରାକ୍ତନ ସମ୍ପାଦିକା ବୀଣାପାଣି ଦାଶ ଆଦି କାର୍ଯ୍ୟକ୍ରମ ସମ୍ପାଦନରେ ଗ୍ରାମବାସୀଙ୍କ ଶୃଙ୍ଖଳିତ ଆଚରଣ ହେତୁ ଗ୍ରାମବସୀଙ୍କୁ କୃତଜ୍ଞତା ଜଣାଇବା ପରେ ଶିବିର ଉଦଯାପିତ ହୋଇଥିଲା।
