ବାରିପଦା : ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ, ରଘୁନାଥପୁର ଶାଖା ପକ୍ଷରୁ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ ପରିସରରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ରଘୁନାଥପୁର ଶାଖାର ବ୍ରହ୍ମକୁମାରୀ ସଂଗୀତା ଭଉଣୀ , ବ୍ରହ୍ମକୁମାରୀ ସୀମା ଭଉଣୀ , ବ୍ରହ୍ମକୁମାର ପ୍ରତାପ ଭାଇ , ବ୍ରହ୍ମକୁମାର ରମେଶ ଭାଇ ଓ ପରିଚାଳନା କମିଟିର ଟ୍ରଷ୍ଟି ବ୍ରହ୍ମକୁମାରୀ ଦମୟନ୍ତୀ ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ, ନିଶାଠାରୁ ଦୂରେଇ ରହିବାର ଆବଶ୍ୟକତା ଏବଂ ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନଯାପନ ସମ୍ପର୍କରେ ସଚେତନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ସଭାପତି ଇଂ ପ୍ରଭାସ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ହାୟର ସେକେଣ୍ଡାରୀ ସ୍କୁଲ୍ର ଅଧ୍ୟକ୍ଷା ଅଙ୍କିତା ବାରିକ, ଏକାଡେମିକ୍ ହେଡ୍ ଡ. ଆଦର୍ଶ ଶତପଥୀ ,ପୂର୍ଣ୍ଣଚନ୍ଦ୍ର ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷା ଲିପିକା ଦାସ ଏବଂ ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ନୀରୋଦ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିଶା ନିବାରଣର ଗୁରୁତ୍ୱ ବିଷୟରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନ ହେବା ସହିତ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବାର ବାର୍ତ୍ତା ପାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏକ ନିଶାମୁକ୍ତ, ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ଏକ ଉତ୍ତମ ପଦକ୍ଷେପ ହୋଇଥିଲା।
