ବାରିପଦା : ପIଟରା ସମାଜ, ମୟୁରଭଞ୍ଜ ର କାର୍ଯ୍ୟକାରୀ କମିଟିର ପ୍ରଥମ ସଭା ୩ନଂ ୱାର୍ଡ ସ୍ଥିତ ୟୁନିଭାର୍ସଲ ଏଜୁକେସନ ପୋଏଣ୍ଟ, ମାଇନିଙ୍ଗ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି I ସ୍ୱାଧୀନତା ଦିବସରେ ଏହି କାର୍ଯ୍ୟକାରୀ ସଭାରେ ମୟୁରଭଞ୍ଜର ବରପୁତ୍ର ମାନଙ୍କର ସ୍ମୃତିଚାରଣ କରାଯାଇଥିଲା I ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ବନ୍ଦେ ମାତରଂ କବିତା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ବୈପ୍ଲବିକ ଭୂମିକା ସୃଷ୍ଟି କରିଥିଲା I “ବନ୍ଦେ ମାତରଂ” ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ସଭ୍ୟ “ବନ୍ଦେ ମାତରଂ” ଗାନ କରିଥିଲେ I
ପ୍ରଥମ କାର୍ଯ୍ୟକାରୀ ସଭାରେ ଏହାର ଉପବିଧି (ବାଇଲୋ) ଅବଲମ୍ବିତ ଆଗତ ପ୍ରସ୍ତାବ ଉପରେ ଅନ୍ତିମରୂପ , ପାଟରI ସମାଜ, ମୟୁରଭଞ୍ଜ ର ପଞ୍ଜିକରଣ ଇତ୍ୟାଦି ଉପରେ ଆଲୋଚନା କରାଯାଇ ଚୂଡାନ୍ତ ନିଷ୍ପତି ନିଆଯାଇଥିଲା I ସଂଶୋଧିତ ଉପବିଧି ଓ ଆଗତ ପ୍ରସ୍ତାବର ଶେଷ ନିଷ୍ପତ୍ତିର ବିବରଣୀ ଖୁବ ଶୀଘ୍ର ପ୍ରକାଶ କରାଯିବ ବୋଲି ସାଧାରଣ ସମ୍ପାଦକ ସ୍ୱରୂପ କୁମାର ବଶା ସୂଚନା ଦେଇଥିଲେ I ଉପସ୍ଥିତ ଥିବା ସଭ୍ୟ ସମରେନ୍ଦ୍ର କୁମାର ବଶା, ମାନସ ରଞ୍ଜନ ମହାପାତ୍ର, ସଞ୍ଜୟ କୁମାର ନାୟକ, ଜୟନ୍ତ କୁମାର ସେନାପତି, ସନ୍ତୋଷ କୁମାର ପାତ୍ର, କିଶୋର କୁମାର ବଶା , ରବି ନାରାୟଣ ପୃଷ୍ଟି, ସୁବ୍ରତ ବଶା, ଜ୍ୟୋତି ପ୍ରକାଶ ବଶା ଓ ମୃତୁଞ୍ଜୟ ମହାପାତ୍ର ପ୍ରମୁଖ ଭାରତ ମାତାର ଗାରିମାମୟ ଇତିହାସ ଉପରେ ଅଭିଭାଷଣ ରଖିଥିଲେ I ସର୍ବ ଶେଷରେ ପ୍ରଦୀପ କୁମାର ପାତ୍ର ଭାରତ ବର୍ଷର ଶୁଭ କାମନା କରି ସଭା ସାଙ୍ଗ କରିଥିଲେ I
