ବାରିପଦା : ଆଦିବାସୀ ବହୁଳ ତଥା ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଆମ ମୟୂରଭଞ୍ଜ ଜିଲ୍ଲାରେ ଶତକଡା ୮୦ ଭାଗରୁ ଉର୍ଦ୍ଧ୍ବ ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ସହିତ ବହୁ ମଧ୍ୟବିତ୍ତ ପରିବାର ବର୍ଗ ନିଜ ପିଲାମାନଙ୍କୁ ଶିକ୍ଷିତ କରିବା ନିମନ୍ତେ ମୁଖ୍ୟତଃ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, କେଜିଭିବି ବାଳିକା ବିଦ୍ୟାଳୟ, ଆଦର୍ଶ ଓ ଏକଲବ୍ୟ ସ୍କୁଲ ସହିତ ଏସଟିଏସି/ମାଇନରଟି ବିଭାଗର ଆଶ୍ରମ, ଏସଏସଡି ବାଳିକା ବିଦ୍ୟାଳୟ ଗୁଡିକ ଉପରେ ନିର୍ଭର କରିଥାନ୍ତି ପ୍ରଥମେ ତ ଉପଯୁକ୍ତ ଭିତ୍ତିଭୂମି, ଶିକ୍ଷକ/କର୍ମଚାରୀ ଅଭାବ ଠାରୁ ମୌଳିକ ବ୍ୟବସ୍ଥାର ସନ୍ତୁଳନ ବିଗଡିଯିବା ଯୋଗୁଁ ଜିଲ୍ଲାର ପାଖାପାଖି ୮ ଲକ୍ଷରୁ ଉର୍ଦ୍ଧ୍ବ ଗରିବ ଛାତ୍ରଛାତ୍ରୀ ମାନେ ଉନ୍ନତ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି ମାତ୍ର ଦୀର୍ଘ ଦିନଧରି ଲଗାଣ ବର୍ଷା ଯୋଗୁଁ ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ମୟୂରଭଞ୍ଜରେ ବିଭିନ୍ନ ପ୍ରଜାତିର ବିଷାକ୍ତ ସରୀସୃପ ଓ କୀଟ ନିର୍ମିତ ଶିକ୍ଷାନୁଷ୍ଠାନରେ ବିପଦ ସୃଷ୍ଟି କରୁଛନ୍ତି ।
ଏହାଦ୍ୱାରା ଗରିବ ମଧ୍ୟବିତ୍ତ ପରିବାରର ନିରୀହ ଛାତ୍ରଛାତ୍ରୀ ମାନଙ୍କର ଜୀବନ ପ୍ରତି ବିପଦ ସ୍ରୁଷ୍ଟି ହେବାର ଆଶଙ୍କା ଉପଲବ୍ଧି କରି ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରମୁଖଙ୍କୁ ଭେଟି ଜିଲ୍ଲାର ୫୧୨୩ ଟି ଅଙ୍ଗନୱାଡି ଠାରୁ ଦ୍ଵାଦଶ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥାରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ସରୀସୃପ ଏବଂ ବିଷାକ୍ତ କୀଟ ଠାରୁ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ବିପଦ ସଙ୍କୁଳ ଶ୍ରେଣୀ ଗୃହରେ ଶିକ୍ଷାଦାନ କରିବା ପରିବର୍ତ୍ତେ କୌଣସି ସୁରକ୍ଷିତ ଜାଗାରେ ଶିକ୍ଷାଦାନ କରିବା, ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡିକର ଉଭୟ ବାହାରେ ଏବଂ କ୍ଲାସରୁମ୍ ଗୁଡିକରେ ନିୟମିତ ଭାବରେ ବ୍ଲିଚିଙ୍ଗ ପାଉଡର, ସେନିଟାଇଜ ବ୍ଲାକ୍ ଫିନାଇଲ ସିଞ୍ଚନ କରିବା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ଓ ଭୋଜନ ପ୍ରଦାନ ସମୟରେ ସ୍ଵଚ୍ଛତାକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ପ୍ରଦାନ କରିବା ଏବଂ ଅଙ୍ଗନବାଡି ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଭିତର ଓ ବାହାରର ଫଟୋ ବିଭାଗ ଅଧିକାରୀଙ୍କୁ ପ୍ରଦାନ କରିବା ସହିତ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ଏବଂ ବିଭାଗୀୟ ଜିଲ୍ଲା ପ୍ରମୁଖ ମାନେ ମଧ୍ୟ ତାଙ୍କ ତରଫରୁ ପ୍ରଚେଷ୍ଟା କରୁଛନ୍ତି ଏବଂ ଆଗକୁ ମଧ୍ୟ ଦାବି ଗୁଡ଼ିକ ର ସଫଳ ସମାଧାନ ପାଇଁ ଶତ ପ୍ରତିଶତ ପ୍ରଚେଷ୍ଟା କରିବାର ଦୃଢ ପ୍ରତିଶ୍ରୁତି ସଂଗଠନର ପ୍ରତିଷ୍ଠାତା ଙ୍କୁ ଦେଇଛନ୍ତି ବୋଲି ଭଞ୍ଜସେନା ଜିଲ୍ଲା ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି |
