ବାରିପଦା : ଚିନ୍ମୟ ମିଶନ, ବାରିପଦା ଆନୁକୂଲ୍ୟରେ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମରେ ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ମାର୍ଗ ଦର୍ଶନରେ ପ୍ରତିବର୍ଷ ପରି ଏବର୍ଷ ମଧ୍ଯ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ନିରୋଜ କୁମାର ପୋଥାଳ ଓ ସୋମନାଥ ସିଂହ ଯୋଗଦେଇ ରକ୍ତଦାତା ମାନଙ୍କୁ ସମ୍ମାନିତ କରିଥିଲେ। ଶିକ୍ଷାବିତ୍ ହୃଦାନନ୍ଦ ଆଚାର୍ଯ୍ୟ, ଉପଦେଷ୍ଟା ଶ୍ରୀଧର ପରିଡ଼ା ଦୀପ, ଶକୁନ୍ତଳା ପାଲ, ହିଂମାଶୁ ପ୍ରହରାଜ, ଶିବ ପ୍ରସାଦ ନନ୍ଦ ଆଇନଜୀବି ପ୍ରଦୀପ ମହାନ୍ତି, ଶର୍ମିଷ୍ଠା ପଣ୍ଡା, ଅବସରପ୍ରାପ୍ତ ଆୟକର ଅଧିକାରୀ ତପନ ପଟ୍ଟନାୟକ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l
ଚିନ୍ମୟ ମିଶନର ସମ୍ପାଦକ ଅଜିତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମହାନ୍ତି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରବଳ ବର୍ଷା ସତ୍ୱେ ସବ୍ୟସାଚୀ ପଲେଇ, ଫକୀର ଚରଣ ସାହୁ, ସୂର୍ଜେନ୍ଦୁ ସିଂ, ରାଜେଶ ଦାଶ, ହେମନ୍ତ ମହାକୁଡ଼, ଭାନୁପ୍ରତାପ ଦାଶ, ସତ୍ୟବ୍ରତ ମହାନ୍ତି, ବାପୁନ୍ ମହାନ୍ତ, ରାଜେଶ ନାୟକ, ପୂର୍ଣେଦୁ ଶେଖର, ଅରୁଣ ଗୋଛାୟତ, ସ୍ବାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ସୁସାଧନ ମହାନ୍ତି, ସୁରଜ ପାଣି, ରବିରାମ ପ୍ରଜାପତି, ରାମେଶ୍ବର ପୋଥାଳ ସମେତ ମୋଟ ୧୬ଜଣ ରକ୍ତଦାନ କରିଥିଲେ I ସୌଦାମିନୀ ମହାନ୍ତି, ସ୍ୱର୍ଣ୍ଣପ୍ରଭା ସାହୁ,ପଙ୍କଜିନୀ ଦାଶ, ସୁମନ ମହାନ୍ତି, ଦେବୀ ପ୍ରିୟଦର୍ଶିନୀ ବେହେରା, ଶାନ୍ତି ସିଂ, ଦିଲ୍ଲୀପ ତ୍ରୀପାଠୀ, ଲକ୍ଷ୍ମୀ ପାଣି, ବିଷ୍ଣୁପଦ ବେରା ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରଛାତ୍ରୀମାନେ ଶିବିର ପରିଚାଳନା କରିଥିଲେ l
