ବାରିପଦା : ଓଡ଼ିଶାର ସ୍ବାର୍ଥ ବିରୋଧୀ ଖଣି ଓ ଖଣିଜ ଜାତ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ଆଇନ୍ ( ଏମ୍ ଏମ୍ ଡି ଆର୍)-୨୦୨୬ ରଦ୍ଦ ଦାବିରେ ସମଗ୍ର ଓଡ଼ିଶାରେ ୨୫ ତାରିଖ ମଙ୍ଗଳବାର ପ୍ରତିରୋଧ ଦିବସ ପାଳନ କରିବାକୁ ରାଜ୍ୟ ଇଣ୍ଡି ବ୍ଲକ୍ ର ନିଷ୍ପତ୍ତି କ୍ରମେ, ଆଜି ଜିଲ୍ଲା କଂଗ୍ରେସ (ପୂର୍ବ) କାର୍ଯ୍ୟାଳୟ, ବାରିପଦା ଠାରେ ଇଣ୍ଡି ବ୍ଲକ୍, ମୟୂରଭଞ୍ଜର ସହଯୋଗୀ ଦଳ କଂଗ୍ରେସ, ସିପିଆଇ ଓ ସିପିଏମ ପକ୍ଷରୁ ମିଳିତ ବୈଠକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।
ପୁଞ୍ଜିପତି ମାନଂକ ଲାଭକୁ ବହୁଗୁଣିତ କରିବା ଉଦ୍ଦେଶ୍ୟରେ ଏହି ଆଇନ୍ କୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ବିଜେପି ସରକାର ସଂଶୋଧନ ଆଣିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ରାଜ୍ୟର ଖଣି ସମ୍ପଦ, ରାଜସ୍ୱ ଅଧିକାର ଓ ସଂଘୀୟ ବ୍ୟବସ୍ଥାର ଅଧିକାର ଉପରେ ଭୟଙ୍କର ପ୍ରଭାବ ପକାଇବା ସହ ଓଡ଼ିଶାର ଆର୍ଥିକ ସ୍ଥିତି ଗଭୀର ସମୁଦ୍ରକୁ ଚାଲିଯିବ। ଅଧିକନ୍ତୁ, କର୍ପୋରେଟ୍ ଲୁଣ୍ଠନ ଏବଂ ଆଦିବାସୀ ଶୋଷଣ ତୀବ୍ର ଭାବେ ବୃଦ୍ଧି ପାଇବ ବୋଲି ଆଲୋଚନାରେ ଅଂଶଗ୍ରହଣ କରି ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ସିପିଏମ ଜିଲ୍ଲା ସମ୍ପାଦକ ସାଥୀ ମୃତ୍ୟୁଞ୍ଜୟ ବେହେରା,ରବି ଗୋସ୍ୱାମୀ,ଅମଲ ଦେ, କଂଗ୍ରେସର ଜ୍ୟୋତି ପ୍ରକାଶ ରଥ, ଶାନ୍ତନୁ କୁମାର ପାଲ୍, ବନମାଳୀ ବାରିକ ପ୍ରମୁଖ କହିଛନ୍ତି।
ଅନୁଷ୍ଠିତ ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ସୁସ୍ମିତା ଘୋଷାଲ,ଭାରତୀ ପାତ୍ର, ଉତ୍ତମ ବେହେରା, ଭୁବନେଶ୍ଵରୀ ଜେନା,ଏସ୍ କେ ଜାଦବ, ଚୈତନ୍ୟ ହାଁସଦା, ସୁନାରାମ ସୋରେନ୍, ସିପିଆଇର ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା, ମୁକେଶ ମହାନ୍ତ, ମହେଶ୍ୱର ବେହେରା,ତରୁଣ କୁମାର ମହାନ୍ତ, ସିପିଏମର ହରିଶ୍ଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ।
