IMG 20260817 WA0235

ଦୁନ୍ଦୁ ସାହିରେ କାନ୍ଥ ଭୁଶୁଡି ଗୋଟିଏ ପରିବାରର ୪ ସଦସ୍ୟ ଆହତ

ରାଜ୍ୟ
ବାରିପଦା : ମୟୂରଭଞ୍ଜ  ଜିଲ୍ଲାରେ   ଲଗାଣ  ବର୍ଷା ଯୋଗୁଁ ସହର ଗ୍ରାମାଞ୍ଚଳରେ ନାହିଁ ନଥିବା କ୍ଷତି ଘଟିଛି ।ବହୁ ଧନ ଜୀବନ,ଘର ଦ୍ବାର ,ରାସ୍ତାଘାଟ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ଲଗାଣ ବର୍ଷାରେ  କୁସୁମି ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି l  କୁସୁମି ବ୍ଳକର ଯୋରନ୍ଦା ପଞ୍ଚାୟତର ଦାନ୍ଦୁ ଆଦିବାସୀ ସାହିରେ  ଜନୈକ ପରିବାର ରାତିରେ ଖାଇ ପିଇ ଶୋଇଥିବାବେଳେ ମଧ୍ୟରାତ୍ରରେ କଚାକାନ୍ଥ ଭୁଷୁଡି ସେମାନଙ୍କ ଉପରେ ପଡିଥିବାବେଳେ ପରିବାରର ୪ ଜଣ ଆହତ ହୋଇଛନ୍ତି ।
 ଜଣେ ପରିବାର ର ଚାରି ଜଣ ରାତିରେ ଶୋଇଥିବା ଅବସ୍ଥା ରେ କାନ୍ଥ ପଡ଼ି ଆହାତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆହତମାନେ ହେଲେ  ସାକିଲା ହାଁସଦା (୩୪)ତାଙ୍କ ପତ୍ନୀ ପାନ ହାଁସଦା (୨୮) ଓ ଗୋଟିଏ ଝିଅ ସୂର୍ଯ୍ୟ ହାଁସଦା ଓ ଆଉ ଗୋଟାଏ ବର୍ଷ କର ଶିଶୁ କନ୍ୟା‌ । ଆହାତ ୪ ଜଣ ଙ୍କୁ ଦାନ୍ଦୁ ସାହି ଗ୍ରାମବାସି ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଦାମ ପାହାଡ଼ ମେଡିକାଲ କୁ ପଠାଇ ଚିକିତ୍ସା କରାଇଥିଲେ । ଘରଟି ଭାଙ୍ଗି ଯିବା ଦ୍ୱାରା ଦମ୍ପତି ବାସହରା ହୋଇ ପଡିଛନ୍ତି। ଏହା ସହିତ ଆବାସ ଯୋଜନାରେ ଘର ପାଇଥିଲେ ମଧ୍ୟ ନିର୍ମାଣ ସମ୍ପୁର୍ଣ୍ଣ ହୋଇନଥିବା ଏହି କଚ୍ଚା ଘରେ ପରିବାର ବସବାସ କରୁଥିଲେ। ଏହା ସହିତ ଏହି ଗୋବିନ୍ଦପୁର ଗ୍ରାମ ଦାନ୍ଦୁ ସାହିର  ଫୁଲ ମୁର୍ମୁ, ରାମ ମାର୍ଣ୍ଡି, ସାନ ପଢିଆ ର ବଳରାମ ନାଏକ, ଝିପାବନ୍ଧ ପଞ୍ଚାୟତ ପଣ୍ଡୁଗଣ୍ଡି ଗ୍ରାମର ତିରିଲଟଲା ସାହିର ସୁମିତ୍ରା ନାଏକ ଙ୍କ ଘର ମଧ୍ଯ ଲଗାଣ ବର୍ଷା ରେ  ଭାଙ୍ଗିଯାଇଛି।
ଯୋରଦା ପଞ୍ଚାୟତ  ସରପଞ୍ଚ ଚିତ୍ତରଞ୍ଜନ ମାଝୀ ଉକ୍ତ ଆହାତ ପରିବାରଙ୍କୁ ଭେଟି ସହାନୁଭୂତି ଦେଖାଇଛନ୍ତି। ଏହା ସହିତ ସରକାରଙ୍କ ତରଫରୁ ଯାହା ସାହାଯ୍ୟ ଦିଆଯାଉଛି ଯୋଗାଇବା ନେଇ ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷରେ  ପ୍ରକୃତ କଚାଘର ବାସିନ୍ଦାମାନଙ୍କୁ ଅଗ୍ରାଧିକାର ଭିତିରେ ପ୍ରଧାନମନ୍ତ୍ରୀ ଆଵାସ ଯୋଜନା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।