IMG 20260812 WA0181 (1)

 ବିଜେପି ତରଫରୁ ବିଶାଳ ତ୍ରିରଙ୍ଗା ଯାତ୍ରା ପରିକ୍ରମା

ରାଜ୍ୟ
ବାରିପଦା  : ମୟୁରଭଞ୍ଜ ଜିଲ୍ଲା ଵହଳଦା ବ୍ଳକ ବିଜେପି ତରଫରୁ ହାରଘେର  ତ୍ରିରଙ୍ଗା ଅଭିଯାନ ପରିପ୍ରେକ୍ଷୀରେ ଆଜି ବୁଧବାର ପୂର୍ବାହ୍ନରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବରିଷ୍ଠ ବିଜେପି ନେତା ମାଧବ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସୁନିଲ ମହାନ୍ତ, ବୁଲା ପଣ୍ଡା,ସମିର ମହାକୁଡ଼, ସନ୍ତୋଷ ମହାପାତ୍ର, ଶୁଭଜିତ ପାଲ, ରାଜେଶ ପାଲ, ରାତି ମଣ୍ଡଳ ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ  କାର୍ଯ୍ୟକର୍ତ୍ତା, ମହିଳା ମୋର୍ଚ୍ଚା,ଯୁବ ମୋର୍ଚା,କୃଷକ ମୋର୍ଚାତଥା ୮୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ  ସାମିଲ ହୋଇଥିଲେ ।
ବହଳଦାର  ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ବରୀ ପିଠରୁ ଏକ ବିଶାଳ ଶୋଭାଯାତ୍ରା ଓ ବାଇକ ରାଲି ସହ ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସ୍ଳୋଗାନ ଦେଇ ବାଇପାସ୍, ତେନ୍ତଳା, ଗମ୍ଭାରିଆ, ଖିଜିରିତାଣ୍ଡି, ସୋସ, କୁଲଗି, ବହଳଦା ବ୍ଳକ, ଵହଳଦା ଡାକ ବଙ୍ଗଳା ପର୍ଯ୍ୟନ୍ତ ପହଞ୍ଚି ସମାପ୍ତ କରିବା ସହିତ  ଜନସାଧାରଣଙ୍କୁ ଦେଶାତ୍ମବୋଧକ ସଚେତନତା ବାର୍ତା ଦେଇଥିଲେ ।