IMG 20260812 WA0205

ମୟୂରଭଞ୍ଜ ଜିଲ୍ଲା ପୁଲିସ ତରଫରୁ ସ୍ଵତନ୍ତ୍ର ସାଇବର ସଚେତନତା ଶିବିର

ରାଜ୍ୟ

 

ବାରିପଦା : ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ଭାବେ ସାଇବର ସଚେତନ କରିବାପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଶ୍ରୀଯୁକ୍ତ ବରୁଣ ଗୁଣ୍ଠୂପଲ୍ଲୀଙ୍କ ନିର୍ଦ୍ଦେଶରେ ଓ ମୟୂରଭଞ୍ଜ ଜିଲା ପୁଲିସ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର‌୍ୟ୍ୟନ୍ତ ବୁଧବାର ଦିନ ସ୍ଵତନ୍ତ୍ର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୟୂରଭଞ୍ଜ ସାଇବର ପୁଲିସ ଥାନା ପକ୍ଷରୁ ସ୍ଥାନୀୟ ବାରିପଦା ଊଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଚେତନତା କାର‌୍ୟ୍ୟକ୍ରମରେ ଡିଏସପି ଅଜୟ କୁମାର ଜେନାଙ୍କ ତତ୍ତାବଧାନରେ ପ୍ରଦୀପ କୁମାର ମାଝୀ, ଷଡାନନ ନାୟକ, ସ୍ନେହଲତା ଗିରି ଓ ପ୍ରଭାତୀ ସାହୁ ପ୍ରମୁଖ ପୁଲିସ ଇନ୍ସପେକ୍ଟରଙ୍କ ସମେତ ପୁଲିସ କର୍ମଚାରୀ ଅଂଶଗ୍ରହଣ କରି ବିଦ୍ୟାର୍ଥୀ ଙ୍କ ସହ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସାଇବର ସଚେତନତା କରାଇଥିଲେ। ଅନୁରୁପ ଭାବେ ଜିଲ୍ଲାର ପ୍ରାୟ ସମସ୍ତ ଥାନା ଯଥା ବାରିପଦା ସଦର ସବ-ଡିଭିଜନର ବାରିପଦା ସଦର, ବାରିପଦା ଟାଉନ, ଭଞ୍ଜପୁର, କୁଳିଅଣା, ଶୁଳିଆପଦା, ବାଙ୍ଗିରିପୋଷୀ, ଝାରପୋଖରିଆ, ଚାନ୍ଦୁଆ, ଉଦଳା ସବ-ଡିଭିଜନର ଶରତ, ଖୁଣ୍ଟା, ଉଦଳା,କପ୍ତିପଦା ଏବଂ ବେତନୋଟି ପୁଲିସ ସବ-ଡିଭିଜନର ବଡସାହି, ମୋରଡା, ବୈଶିଙ୍ଗା,ରାସଗୋବିନ୍ଦ ପୁର ଓ ବେତନଟିର ପ୍ରମୁଖ ଥାନା ଅଧିକାରୀଙ୍କ ସହଯୋଗରେ ବିଭିନ୍ନ ପ୍ରକାର ସାଇବର ସଚେତନତା କାର‌୍ୟ୍ୟକମ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା ।

ଅଜଣା ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ -କ୍ଲିକ କରିବା ପୂର୍ବରୁ ଚିନ୍ତା କରନ୍ତୁ, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଜ୍ଞାନ ଆଉ ସତର୍କତା – ସାଇବର ଠକେଇରୁ ରକ୍ଷା, ଶକ୍ତ ପାସୱାର୍ଡ-ଦୃଢ଼ ସୁରକ୍ଷା ଇତ୍ୟାଦି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା। ମୟୂରଭଞ୍ଜ ଜିଲ୍ଲାରେ ସାଇବର ସଚେତନ ଅଭିଯାନର ସଫଳ ରୂପାୟନ ପାଇଁ ସାଇବର ସେଲର ନୋଡାଲ ଅଫିସର ତଥା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗୋଛାୟତ ଆଗାମୀ ଦିନରେ ଏହି ପ୍ରୟାସକୁ ତ୍ବରାନିତ୍ଵ କରିବା ପାଇଁ ମୟୂରଭଞ୍ଜ ପୁଲିସର ବିଭିନ୍ନ ପ୍ରୟାସକୁ ବର୍ଣ୍ଣନା କରିଥିଲେ ।