ବାରିପଦା : ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ସିଂହଙ୍କ ସାନଭାଇ ଜୟନ୍ତ କୁମାର ସିଂହ ( ଅନର ) ୫୮ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି I ସେ ଜଣେ ପରପୋକାରୀ, ମିଷ୍ଟଭାଷୀ, ଧାର୍ମିକ ବ୍ୟକ୍ତି ଥିଲେ I ନିଜ ଅଂଚଳ ଟାଙ୍କିସାହୀ ସହ ବାରିପଦାର ବିଭିନ୍ନ ଜୀବନରେ ବିବାହ ହଉ ବା ଶବଦାହ କାର୍ଯ୍ୟକ୍ରମରେ ସେ ସକ୍ରିୟ ସହଯୋଗ କରୁଥିଲେ I
ତାଙ୍କ ମୃତ୍ୟ ଖବର ପାଇ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସ୍ଥାନୀୟ କାଉନସିଲର ସୁକେଶିନୀ ସେଠି, ପୂର୍ବତନ କାଉନସିଲର ପ୍ରଶାନ୍ତ ପଟ୍ଟନାୟକ ଓ ଦର୍ପନାରାୟଣ ପାଲ, ସମାଜସେବୀ ଅମର କୁମାର ସେଠି ଓ ଡ଼ଃ ନିରୋଜ କୁମାର ପୋଥାଳ ପ୍ରମୁଖ ଘରକୁ ଆସି ଶ୍ରାଦ୍ଧଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ I ବାରୁଣୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I ତାଙ୍କର ଶେଷ ଇଛା ଅନୁଯାୟୀ ଭ୍ରାତା ସୋମନାଥ ଓ କନିଷ୍ଠ କନ୍ୟା ପୂଜା ମିଳିତ ଭାବେ ମୁଖାଗ୍ନି ଦେଇଥିଲେ I
