ବାରିପଦା : ଓଡ଼ିଶା ଖୋ ଖୋ ଏସୋସିଏସନ ଆନୁକୂଲ୍ୟରେ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ଉଭୟ ପୁରୁଷ ଓ ମହିଳା ଘୋଷିତ ହୋଇଯାଇଛି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଦ୍ୱାରା ମନୋନୀତ ମହିଳା ଦଳରେ ସୁମିତା ମହାନ୍ତ, ଶୁଭଶ୍ରୀ ମହାନ୍ତ, ସିନଗା ମୁର୍ମୁ, ଲକ୍ଷ୍ମୀ ସିଂ, ଶୁଭାଙ୍ଗୀଶ୍ରୀୟା ସିଂ, ମାଳତୀ ସୋରେନ, ମନୀଷା ମାଝି, ସଂଗୀତା ସିଂ, ରଇବାରୀ ମୁର୍ମୁ, ସୂର୍ଯ୍ୟମଣୀ ମୁର୍ମୁ, ରାଲେ ହୋ ଓ ପୂଜା ହାଁସଦା ସ୍ଥାନ ପାଇଥିବା ବେଳେ ପୁରୁଷ ଦଳରେ ଓମ କ୍ରିଷ୍ଣା ମାଝୀ, ବୁଢ଼ୁଲାଲ ହେମ୍ବ୍ରମ, ଅଶ୍ୱନୀ କୁମାର ନାଏକ, ସ୍ଵପ୍ନେଶ୍ଵର ମାଝୀ, ମହେଶ କୁମାର ହାଁସଦା, କୁଶ ମୁର୍ମୁ, ଲବ ମୁର୍ମୁ, ଚନ୍ଦନ ମାର୍ଣ୍ଡି, ରାହୁଲ ବାସ୍କେ, ରାଜା ବିରୁଆ, ଗଣେଶ ସିଂ ଓ ସିର୍ଜାନ ମୁର୍ମୁ ସ୍ଥାନ ପାଇଛନ୍ତି I
ମହିଳା ଦଳର ମେନେଜର ଭାବେ ସବିତା ବେହେରା ଓ କୋଚ ସୁରେଶ ସାହୁ ଏବଂ ପୁରୁଷ ଦଳର ମେନେଜର ଭାବେ ଘାସିରାମ ମାଝୀ ଓ କୋଚ ଅର୍ଜୁନ ସିଂ ଗସ୍ତ କରିଛନ୍ତି I ୩ ଓ ୪ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ଆଜି ସକାଳେ ଉଭୟ ଦଳ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ଏସୋସିଏସନର ସାଧାରଣ ସମ୍ପାଦକ ସମ୍ପାଦକ ବିଜୟ କୁମାର ଦାସଙ୍କ ସମେତ ସମସ୍ତ କାଉନସିଲ ସଦସ୍ୟ ଓ ସଭ୍ୟସଭ୍ୟା ଖେଳାଳି ମାନଙ୍କର ସଫଳତା କାମନା କରିଛନ୍ତି I
