IMG 20260801 WA0163

୨ୟ ଜାତୀୟ ନାଟ୍ୟ ମହୋତ୍ସବ ଅବସରରେ ” ନାଟକ ଓ ଜୀବନ ” ଉପରେ ଆଲୋଚନାଚକ୍ର 

ରାଜ୍ୟ
ବାରିପଦା : ମୟୁରଭଞ୍ଜର ଅଗ୍ରଣୀ ନାଟ୍ୟସଂସ୍ଥା ” ଆମେ : ବାରିପଦା ” ଦ୍ବାରା ଆୟୋଜିତ ହେବାକୁଥିବା ଦ୍ବିତୀୟ ଜାତୀୟ ନାଟ୍ୟ ମହୋତ୍ସବ ଅବସରରେ ଏକ ଭାବଗର୍ଭକ ଗବେଷଣାତ୍ମକ ଜାତୀୟ ନାଟ୍ୟ ଆଲୋଚନାଚକ୍ର ” ନାଟକ ଓ ଜୀବନ ” ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I  ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସାଗରିକା ସିଂଙ୍କ ଅଧ୍ଯକ୍ଷତାରେ ଏହାର ଶୁଭ ଉଦଘାଟନ ହେଇଥିବା ବେଳେ,  ସଭାପତିତ୍ବ କରିଥିଲେ ଜାତୀୟ ନାଟ୍ୟ ମହୋତ୍ସବର ସଭାପତି ତଥା ପୂର୍ବତନ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଢ ଡାକ୍ତର କୈଳାସ ଚନ୍ଦ୍ର ମହାନ୍ତି I ବିଷୟବସ୍ତୁର ଆଭିମୁଖ୍ଯ ସଂପର୍କରେ ସାଧାରଣ ସମ୍ପାଦକ ତଥା ଆବାହକ, ଅଭିନେତା ନାଟ୍ୟକାର ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ ଆଲୋକପାତ କରିଥିବା ବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜ ଡିଗ୍ରି , ରାଘଦା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଅସୀମା ସାହୁ ନିମନ୍ତ୍ରିତ ଅତିଥି ବକ୍ତା ମାନଙ୍କ ପରିଚୟ ପ୍ରଦାନ କରିବା ସହିତ  ମଂଚ ପରିଚାଳନା କରିବାର ଦାୟିତ୍ବ ବହନ କରିଥିଲେ ।
ସୁଦକ୍ଷ ବକ୍ତା ମାନେ ଥିଲେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଶ୍ରା ଗଦାଧର ପୁଟୀ , ଓଡିଶା ସଂଗୀତ ମହାବିଦ୍ୟାଳୟ , ନାଟକ ବିଭାଗ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନବୀନ ଚରଣ ପରିଡା ଏବଂ ମଂଚ, ବେତାର, ଟେଲିଭିଜନ ଓ ଚଳଚ୍ଚିତ୍ର ର ବରିଷ୍ଠ ଅଭିନେତା ଶ୍ରୀ ସୁଶୀଲ କୁମାର ମିଶ୍ର  । ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଶ୍ରୀ ଚନ୍ଦ୍ରଶେଖର ଦାସ ଉପସ୍ଥିତ କଳାପ୍ରେମୀ , ଛାତ୍ର ଛାତ୍ରୀ ମାନଙ୍କୁ ବିଷୟବସ୍ତୁର ସାରମର୍ମ ଅବଗତ କରାଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକାରୀ ସଂପାଦକ ରାଜୀବ କୁମାର ପାତ୍ର  । ଏହି ଦ୍ବିତୀୟ ଜାତୀୟ ନାଟ୍ୟ ମହୋତ୍ସବ ଅବସରରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ରୁ ମହାବିଦ୍ୟାଳୟ ସ୍ତରରେ ମୂକ ଅଭିନୟ , ଏକକ ଅଭିନୟ , ଏକକ ନୃତ୍ୟ  ଓ ମଂଚ ସଂଚାଳନା ପ୍ରତିଯୋଗିତାମାନ ଅନୁଷ୍ଠିତ ହବା ସାଂଗକୁ ପ୍ରଥମଥର ପାଇଁ ନୂତନ ଉଦୀୟମାନ ନାଟ୍ୟକାର ସୃଷ୍ଟି କରିବା ସକାଶେ ଜିଲ୍ଲାସ୍ତରୀୟ ନାଟକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହବ ବୋଲି ମିଡିଆ ସଂଯୋଜକ ସୋମନାଥ ସିଂ ପ୍ରକାଶ କରିଛନ୍ତି ।