IMG 20260801 WA0161

ଜିଲ୍ଲାସ୍ତରୀୟ ଭାଷା ଓ ଗଣିତ କାର୍ଯ୍ୟକ୍ରମ “ଉଡାନ – ୩ ଅନୁଷ୍ଠିତ

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉ.ପ୍ରା ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଭାଷା ଓ ଗଣିତ ଭିତ୍ତିକ କାର୍ଯ୍ଯକ୍ରମ “ଉଡ଼ାନ –  ୩” ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ  ପୂର୍ଣ୍ଣଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପିଲାଙ୍କ ଭବିଷ୍ୟତ ଗଠନରେ ପ୍ରାଥମିକ ଶିକ୍ଷାରେ ଭାଷା ଓ ଗଣିତ ଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ I
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ, ପେଡାଗଜି ସଂଯୋଜକ ଶୈଳବାଳା ବେହେରା, ଜିଲ୍ଳା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ , ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁଜା ମାଧୁରୀ ଦାସ, କୁଳିଅଣା ବ୍ଲକ ବି ଆର ସି ସି ସରସ୍ବତୀ ସିଂ, ଡାଏଟର ଶିକ୍ଷକ ପ୍ରଶିକ୍ଷକ ଜଗେଶ୍ଵର ଘୋଷ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଏହି କାର୍ଯକ୍ରମରେ ବାରିପଦା ବ୍ଲକ ର ସମସ୍ତ ସି ଆର ସି ସି ମଧ୍ୟ ଅଂଶଗ୍ରହଣ କରିଥିଲେ I
ଏଥିରେ ୪ ଟି ବିଭାଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା I ତର୍କ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ଶିବାନୀ ସୋନାଲୀ ସାହା ପ୍ରଥମ, ସୁନ୍ଦର ହସ୍ତାକ୍ଷରରେ ବିଜୟରାମଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ସୋନାଲୀ ପାଣ୍ଡିଆ, ଏବଂ କୁଇଜ ରେ ପ୍ରିୟାଂଶୀ ମହାନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିଲେ I ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ହଷ୍ଟେଲର ପାର୍ଟ ଟାଇମ ଟିଚର ତଥା କର୍ମଚାରୀ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।