ବାରିପଦା : ସ୍ଥାନୀୟ ତକତପୁର ସ୍ଥିତ ବିଦ୍ୟାଭରତୀ ଶିଶୁ ବିଦ୍ୟାମନ୍ଦିରରେ ୪ର୍ଥ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବୈଶିଙ୍ଗା କେନାଲ ଡିଭିଜନର ସହକାରୀ ଯନ୍ତ୍ରୀ ଶ୍ରୀମୟ ସିଂ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କୁନିକୁନି ବୈଜ୍ଞାନିକ ମାନଙ୍କୁ ଆଗାମୀ ଦିନରେ ଦେଶର ବିକାଶ ଦିଗରେ ସହାୟକ ହେବେ ବୋଲି କହି ପ୍ରେରଣା ଦେଇଥିଲେ I
ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଅନ୍ତର୍ନିବେଶୀ ଶିକ୍ଷା ସାଧନକର୍ମୀ ଦିଲ୍ଲୀପ କୁମାର ଦାସ ଓ ବିଦ୍ୟାଳୟର ଶୁଭଚିନ୍ତକ ବଦ୍ରିନାରାୟଣ ଶତପଥି ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ବରିଷ୍ଠ ବିଭାଗରେ ରୁହିଆ ବେଶ୍ରା ୧ମ, ଜିତଜୟ ପ୍ରକାଶ ବାରିକ ୨ୟ ଓ ଲକ୍ଷ୍ମୀନାରାୟଣ ନାଏକ ୩ୟ ଏବଂ କନିଷ୍ଠ ବିଭାଗରେ ଆଦିତ୍ୟ ନାରାୟଣ ଶତପଥି ୧ମ, ମନୀଷା ମହାନ୍ତ ୨ୟ ଓ ଲୋମିସ୍ମିତା ସୋରେନ ୩ୟ ସ୍ଥାନ ଅଧିକାର କରିଥିଲେ I ସର୍ବ କନିଷ୍ଠ ଛାତ୍ରୀ ଦୀପ୍ସିତା ମହାନ୍ତ ସ୍ୱତନ୍ତ୍ର ଭାବେ ପୁରସ୍କୃତ ହୋଇଥିଲେ I ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ବସା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l
ବିଦ୍ୟାଳୟର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ପଲେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପ୍ରଧାନ ଆଚାର୍ଯ୍ୟl ସୁଶ୍ରୀ ରିତା ଶତପଥୀ ତାଙ୍କର ମୂଲ୍ୟବାନ ଅଭିଭାଷଣ ରଖିଥିଲେ l ଏହି ବିଜ୍ଞାନ ମେଳା କାର୍ଯ୍ୟରେ ସୁଦାମ ମହାନ୍ତ ଓ ଗୁରୁମା ଶୁଭଶ୍ରୀ ବେହେରା ସାହାଯ୍ୟ ସହଯୋଗ କରିଥିଲେ l ସର୍ବଶେଷରେ ଗୁରୁମା କଲ୍ୟାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
