ଶଙ୍ଖ, ହୁଳୁହୁଳି, ହରିବୋଲ,ଜୟ ଜଗନ୍ନାଥ ଧ୍ୱନୀରେ ଭକ୍ତିମୟ ହେଲା ବଦଦାଣ୍ଡ
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଆଜି ବାହୁଡା଼ରଥ ଯାତ୍ରା ସମ୍ପୂର୍ଣ୍ଣ ହୋଇଅଛି l ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ପର ଦୁଇଦିନ ରଥଟଣା ହୋଇଥାଏ l ବାହୁଡା଼ ଯାତ୍ରା ର ପ୍ରଥମ ଦିନରେ ନନ୍ଦିଘୋଷ ରଥରେ କାଳିଆ ଠାକୁର ଶ୍ରୀମିନ୍ଦିର ସମ୍ମୁଖ ରଥଖଳାରେ ପହଞ୍ଚିଥିଲେ l ସେଠାରେ ଅପେକ୍ଷା କରିଥିଲେ ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରା ଙ୍କୁ l ପ୍ରଥମ ଦିନରେ ମା ସୁଭଦ୍ରା ଙ୍କ ରଥ ମହିଳାଭକ୍ତ ମାନଙ୍କ ଗହଣରେ ଆସି ବଡ଼ଦାଣ୍ଡ ର ନାଭିକେନ୍ଦ୍ର ତଥା ଟାଉନଥାନା ସମ୍ମୁଖରେ ଅଟକିଥିଲା l ଆଜି ଦ୍ୱିତୀୟ ଦିବସ ରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁଯାୟୀ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା l ପ୍ରଥମେ ମା ସୁଭଦ୍ରା ଙ୍କ ଦର୍ପୋଦୋଳନ ରଥ କୁ କେବଳ ମହିଳାମାନେ ଟାଣି ରଥଖଳା ରେ ପହଞ୍ଚାଇଥିଲେ l ପରେ ପରେ ବଡ଼ ଠାକୁର ବଳଭଦ୍ର ଙ୍କ ତାଳଦ୍ଵଜ ରଥ କୁ ଭକ୍ତମାନେ ଟାଣି ରଥଖଳାରେ ପହଞ୍ଚାଇଥିଲେ l

ଆଜି ରାତ୍ରୀରେ ଛତୁର୍ଦ୍ଧା ମୂର୍ତ୍ତି ଲକ୍ଷ୍ମୀ ଭେଟ ପରେ ରତ୍ନବେଦୀ କୁ ବିଜେ କରିବେ l ରଥଟଣା ଆରମ୍ଭ ସମୟରେ ପାଗ ଥିଲା ବେଶ ଅନୁକୂଳ l ମାତ୍ର ସୁଭଦ୍ରା ଙ୍କ ରଥ ଟଣା ସରିବା ପରେ ଆକାଶରେ କଳାମେଘ ଢାଙ୍କି ଆସିଥିଲା l ପ୍ରବଳ ବର୍ଷା ସତ୍ୱେ ଵି ବଡ଼ଦାଣ୍ଡ ହୋଇଥିଲା ଲୋକାରଣ୍ୟ l ଶେଷ ଦିନରେ ରଥ ଟାଣିବା ପାଇଁ ବାରିପଦା ସମେତ ଦୂର ଦୁରାନ୍ତରୁ ଲୋକଙ୍କ ସୁଅ ଛୁଟିଥିଲା ବଡ଼ଦାଣ୍ଡ କୁ l ଆଜି ବଡ଼ଦାଣ୍ଡରେ ଭକ୍ତଙ୍କର ମହାମିଳନ ଦେଖିବାକୁ ମିକିଥିଲା l ବଡ଼ଦାଣ୍ଡ ହୋଇଥିଲା ଭକ୍ତିମୟ l ଶଙ୍ଖ, ହୁଳୁହୁଳି, ହିରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକୋମ୍ପିତ ହୋଇଉଠିଥିଲା l ରଥ ସମ୍ମୁଖରେ ନାଚି ଉଠୁଥାଆନ୍ତି ଭକ୍ତବୃନ୍ଦ l ରଥ ସମ୍ମୁଖରେ କୀର୍ତ୍ତନ ସାଙ୍ଗକୁ ନୃତ୍ୟାଙ୍ଗିନୀ ମାନଙ୍କର ଓଡିଶୀ ନୃତ୍ୟ ରେ ଆହୁରି ଭକ୍ତିମୟ ହୋଇଉଠିଥିଲା ବଡ଼ଦାଣ୍ଡ l ରଥଟଣା ରେ ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡ ରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବା ସହିତ ସି ସି ଟିଭି କ୍ୟାମେରାରେ ପୋଲିସ ପକ୍ଷରୁ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା l ରଥଟଣା ସମୟରେ ପ୍ରଶାସନିକ ଅଧିକାରୀମାନେ ମଧ୍ଯ ଉପସ୍ଥିତ ଥିଲେ l ବଡ଼ଦାଣ୍ଡରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତମାନଙ୍କୁ ଦହିସର୍ବତ, ଥଣ୍ଡାପାଣି, ଅନ୍ନଭୋଗ ଆଦି ବଣ୍ଟନ କରାଯାଇଥିଲା l ରଥଟଣା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଗନ୍ନାଥ ସଂସ୍କୃତି ସହିତ ଧାରା ବିବରଣୀ ପ୍ରଦାନ କରାଯାଉଥିବା ବେଳେ ରଥ ଉପରୁ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ l
